November 15, 2024

ସାହିତ୍ୟ ସଂସ୍କୃତି ସମାରୋହ ଏକ ଅନନ୍ୟ ସାହିତ୍ୟ ଅନୁଷ୍ଠାନ.ଏହାର ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ଜଗନ୍ନାଥଙ୍କ ଧାମରେ ସୂନକ୍ଷତ୍ର ପାଳନ କରି ନିଜକୁ ଧନ୍ୟ ମନେ କରିଛି

Share

       ସାହିତ୍ୟ ସଂସ୍କୃତି ସମାରୋହ ଏକ ଅନନ୍ୟ ସାହିତ୍ୟ ଅନୁଷ୍ଠାନ.ଏହାର ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବ ଜଗନ୍ନାଥଙ୍କ ଧାମରେ ସୂନକ୍ଷତ୍ର ପାଳନ କରି ନିଜକୁ ଧନ୍ୟ ମନେ କରିଛି । ତା୧୦. ୮. ୨୦୨୪ ଓ୧୧.୮.୨୦୨୪ ଏହାର କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭବନ ପୁରୀରେ ଜାତୀୟ ସାରସ୍ବତ ବନ୍ଧୁମିଳନର କବିତା ଆସର ଭଜନ ସମାରୋହ ପୁସ୍ତକ ଉନ୍ମୋଚନ କରିଥିଲା ।ତୃତୀୟ ଶ୍ରୀକ୍ଷେତ୍ର ଜାତୀୟ ସାହିତ୍ୟ ମହୋତ୍ସବର ସ୍ମରଣିକା ଉନ୍ମୋଚନ।ସଂଘମିତ୍ରା ରାଜଗୁରୁଙ୍କ “ମୁକ୍ତି”, ଏସ୍ ଗୀତାଞ୍ଜଳୀ ଙ୍କ “ଜୀବନ କେ ହରିଲ ଅନୁଭବ”, ବଟକୃଷ୍ଣଙ୍କ “ନିର୍ମାଲ୍ୟ କଣିକା”, ମୂଳ ରଚନା ଫନି ମହାନ୍ତି ଓ ପରିମିତା ଷଡ଼ଙ୍ଗୀଙ୍କ ରଚନା “ରାତ ବିତେନେକା ବାତ ” ପୁସ୍ତକ ଉନ୍ମୋଚନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଭାରତର ଅନେକ ରାଜ୍ୟରୁ ବହୁଭାଷୀ କବି କବୟିତ୍ରୀ ଭାଇ ଭଉଣୀ ମାନଙ୍କୁ ଜାତୀୟସ୍ତରୀୟ ସାରସ୍ବତ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଡ଼କ୍ଟର ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଡ଼କ୍ଟର ପ୍ରଫୁଲ ମହାନ୍ତି, ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଡକ୍ଟର ଫନି ମହାନ୍ତି, ଡ଼କ୍ଟର ଯାମିନୀକାନ୍ତ ଦାସ, ସଭାପତି ଇଞ୍ଜିନିଅର ଗୌରବ ଚନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଣବ ଛୋଟରାୟ, ଉପସଭାପତି ମାଧୁରୀ ପଟ୍ଟନାୟକ, କୋଷାଧକ୍ଷ ବଟକୃଷ୍ଣ ପଣ୍ଡା, ପତିତପାବନ ପତି, ଯୁଗ୍ମସମ୍ପାଦକ ସୌଦାମିନୀ ସାମନ୍ତରାୟ, ମମତା ଷଡ଼ଙ୍ଗୀ, ଭାରତୀଭୂଷଣ ପଟ୍ଟନାୟକ ଓ ବିଦ୍ୟୁତଲତା ଭୂଇଁୟା ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଶତାଧିକ କବି ଓ କବୟିତ୍ରୀ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ