November 15, 2024

ବାରଣାସୀ ଉଚ୍ଚ ବିଦ୍ୟାଳୟରେ ଦ୍ବିତୀୟ ଅଭିଭାବକ ଶିକ୍ଷକ ସମ୍ମିଳନୀ

Share

 

ଓଡ଼ିଶା ସରକାର , ଇସେପା ଚିଠି ସଂଖ୍ୟା ୫୨୧୩, ତାରିଖ ୩୦.୫.୨୦୨୪ ଅନୁଯାୟୀ ଆଜି ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ , କାଶୀନଗର ପ୍ରାଙ୍ଗଣରେ ଦ୍ଵିତୀୟ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

 

ବରିଷ୍ଠ ଶିକ୍ଷକ ଭି କୁର୍ମଧମଙ୍କ ସ୍ଵାଗତ ଭାଷଣ ଓ ଆବାହନୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରା ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟର ନିରାପତ୍ତା ଓ ସୁରକ୍ଷା, ସୁରଭୀ -୨୦୨୪ , ସ୍ବଚ୍ଛତା ପକ୍ଷ ପାଳନ, ବେଟି ବଚାଓ ଓ ବେଟି ବଢାଓ, ସାଇବର ନିରାପତ୍ତା ଶିକ୍ଷା, କିଶୋର କିଶୋରୀ ସମସ୍ୟା ଓ ନିରାକାର ଆଦି ସମ୍ବନ୍ଧରେ ପୁଙ୍ଖୁନୂପୁଖ ଦାୟିତ୍ଵ ଓ ପରିଚାଳନା ସମ୍ବନ୍ଧରେ ଆଲୋଚନା କଲେ ।

 

ଅଭିଭାବକ ତରଫରୁ ମୁଖ୍ୟ ଫାଟକ ନିର୍ମାଣ, ସମ୍ମୁଖ ବିଦ୍ୟାଳୟ ପାଚେରୀ ଆଗରେ ବେନିୟମ ରୂପେ ଦୋକାନ ଓ ଗୁହାଳ, ଯାନବାହାନ ନ ରଖିବା ନିମନ୍ତେ ଉଚିତ କାର୍ଯ୍ୟନୁଷ୍ଠାନ, ବିଦ୍ୟାଳୟର ସତୁରୀ ବର୍ଷ ପାଳନ ସହ ପତ୍ରିକା ପ୍ରକାଶନ, ବିପଦ ସଙ୍କୁଳ ଶ୍ରେଣୀଗୃହ ବଦଲେ ନୂତନ ଗୃହ , ପିଲାଙ୍କ ଦକ୍ଷତାକୁ ନେଇ ତାଲିମ, ନୂତନ କମିଟି ଗଠନ ଓ ଦୀର୍ଘ କାଳୀନ ଅନୁପସ୍ଥିତି ରହୁଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବୀ ଉପସ୍ଥାପନ କରି ପିଲାଙ୍କ ସୁରକ୍ଷା ଓ ପାଠପଢାର ଉନ୍ନତୀ ଧ୍ୟାନ ଦେବାକୁ ମତାମତ ଦେଇଛନ୍ତି ।

 

ଗଜପତି ଜିଲ୍ଲା କାଶୀନଗର ରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ