ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୭୮ତମ ପ୍ରତିଷ୍ଠା ଦିବସ ପାଳିତ
ଖୋର୍ଦ୍ଧା-ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ ନିକଟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବାଣପୁର–ବାଲୁଗାଁ ନଗର ଶାଖା ପକ୍ଷରୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଏବଂ ଏବିଭିପିର ୭୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁ ମୁଖ୍ୟ ଅତିଥି ଓ ଅଧ୍ୟାପକ ସୁଶୀଲ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସର ମହତ୍ୱ ଏବଂ ଏବିଭିପିର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ।ସେହିପରି ଶକ୍ତିପ୍ରସାଦ ମିଶ୍ର, ସୀତାରାମ ଅଗ୍ରୱାଲ, କୀର୍ତ୍ତିରଞ୍ଜନ ଖୁଣ୍ଟିଆ ଓ ପ୍ରିୟାଂଶୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବାଣପୁର–ବାଲୁଗାଁ ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟରେ ସଂଗଠନକୁ ସୁଦୃଢ଼ କରିବା ସହ ବିଦ୍ୟାର୍ଥୀଙ୍କ ସ୍ୱାର୍ଥରେ କାର୍ଯ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
କାର୍ଯ୍ୟକ୍ରମକୁ ଏବିଭିପି ଖୋର୍ଦ୍ଧା ଜିଲ୍ଲା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ସାହୁ ପରିଚାଳନା କରିଥିଲେ।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ର ରିପୋର୍ଟ ଉପାନ୍ତ ଖବର
