October 5, 2024

କାଳିଆ ସାଆନ୍ତଙ୍କ ସେବାରେ ଏସ ଆର ନୃତ୍ୟ ଅନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ… 

Share

 

ରାଜସୁନାଖଳା,(ଉପାନ୍ତ ଖବର): ଦ୍ୱିତୀୟ ଶ୍ରୀ କ୍ଷେତ୍ର ରଣପୁର ପବିତ୍ର ଘୋଷଯାତ୍ରା ଅବସରରେ ରେ ଏସ୍ ଆର୍ ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନେ ଦୀର୍ଘ ତିନି ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରାରେ ଓଡିଶୀ ନୃତ୍ୟସେବା କରି ଆସୁଛନ୍ତି।ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଳିଆ ସାଆନ୍ତଙ୍କ ସେବାରେ ନିୟୋଜିତ ରହି ଭିନ୍ନ ଏକ ରୂପରେ ରତ୍ନ ସିଂହସନ ଠାରୁ ପହଣ୍ଡି ବିଜେ ପଯ୍ୟନ୍ତ ନିଆରା ଢଙ୍ଗରେ ପ୍ରଭୁଙ୍କୁ ପାଛୋଟି ଆଣିଥିଲେ। ଅନୁଷ୍ଠାନର ନୃତ୍ୟ ଗୁରୁ ସୁଧୀର କୁମାର ନାୟକ ଓ ନୃତ୍ୟ ଅନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ। ତିନି ଠାକୁରଙ୍କ ବେଶ ଧାରଣ କରି ରଣପୁର ରେ ବେଶ୍ ଆକର୍ଷଣ କରି ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ସହ ଭକ୍ତିରେ ମଜ୍ଜିଯାଇ ମୃଦଙ୍ଗ, ଗିନି,ଘଣ୍ଟ ,କାହାଳୀ ଏବଂ ହରି କୀର୍ତ୍ତନ ନାଦରେ ବଡ଼ଦାଣ୍ଡ ପ୍ରକମ୍ପିତ କରି ନୃତ୍ୟ ସେବା କରିଥିଲେ। କୁହାଯାଏ ଯେ ପ୍ରଭୁଙ୍କର ପ୍ରିୟ ନୃତ୍ୟ ମାହାରୀ ଓ ଓଡ଼ିଶୀ ନୃତ୍ୟ ଏହି ନୃତ୍ୟ କରି ବଡ଼ଦେଉଳରେ ଦେବଦାସୀ ମାନେ ଗୀତଗୋବିନ୍ଦ ଗୀତ ଗାଈ ନୃତ୍ୟ ମଧ୍ୟାମରେ ଘୁଙ୍ଗୁର ଓ ସୁନ୍ଦର ଭାବରେ ସଜ୍ଜିତ ହୋଇ ଏହି ନୃତ୍ୟ ପରିବେଷଣ କରୁଥିଲେ। ସେବା କେଉଁ ଯୁଗରୁ ରହି ଆସିଅଛି ଏହି ନୃତ୍ୟର ପ୍ରଚାର ପ୍ରସାର ପାଈଁ ଆମ ଉତ୍କଳର ସଂସ୍କୃତି ପରମ୍ପରା କୁ ବଜାୟ ରଖିବାକୁ ଯାଇ ସବୁ ନୃତ୍ୟ ଶିଳ୍ପୀମାନେ ଏ ପବିତ୍ର ରଥଯାତ୍ରାରେ ନିଜକୁ ସୁନ୍ଦର୍ ଭାବରେ ସଜାଇ ହୋଈ ପ୍ରଭୁଙ୍କ ଆଗରେ ନୃତ୍ୟ ସେବା କରିଆସୁଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଏ କଳି ଯୁଗରେ ପ୍ରଭୁଙ୍କୁ ପାଇବାକୁ ହେଲେ ଭାବ ଭକ୍ତି ସହ ଭଜନ କୀର୍ତ୍ତନ କରି ନିଜକୁ ଭଗବାନଙ୍କୁ ନିଜର ମନ ପ୍ରାଣ ସମର୍ପଣ କରିଦେବା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।