October 5, 2024

ଗଣଶିକ୍ଷା, ଆଦିବାସୀ ଜାତି ଜନଜାତି ଓ ପଛୁଆ ବର୍ଗ ଉନୟନ ମନ୍ତ୍ରୀ ଙ୍କୁ ସାକ୍ଷାତ କରିଲେ ଏ ଵାଣିଶ୍ରୀ 

Share

 

ରାୟଗଡା : ରାୟଗଡା ସହର ର 12 ୱାର୍ଡ ବିଜେପି କାଉନସିଲେର ଶ୍ରୀମତୀ ଏ ଵାଣିଶ୍ରୀ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣ ଶିକ୍ଷା ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ବିଭଗ ଓଡିଶା ସରକାର ଙ୍କୁ ଗତ କାଲି ସ୍ଥାନୀୟ ପ୍ରଦକ୍ଷଣ ଗୃହ ରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଜ଼ିଲ୍ଲା ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଏକ ସ୍ମାରକ ପତ୍ର ଦେଇଥିଲେ l ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ରାୟଗଡା ଓ ଗୁଣୁପୁର ରେ ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ପଦ ଖାଲି ପଡିଛି l ଯୋଦ୍ୱାରା ଆଦିବାସୀ ଙ୍କ ଉନ୍ନତି ପାଇଁ ଉଦିଷ୍ଟ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଇପାରୁନାହିଁ ଓ ଦୀର୍ଘ ଦିନ ଧରି ଯେଉଁ ଠିକାଦାର ମାନେ ବିଭିନ୍ନ ପ୍ରକଳ୍ପ ର କାମ ସାରିଛନ୍ତି ତାହାର ବିଲ ହେଇନାହିଁ ସେଥିପାଇଁ କନିଷ୍ଠ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀ ଙ୍କୁ ଠିକାଦାର ମାନଂକଠାରୁ ବହୁ କଥା ଶୁଣିବାକୁ ପଡୁଛି ସେଥିପାଇଁ ଖୁବ ଶୀଘ୍ର ପ୍ରକଳ୍ପ ପ୍ରସାଶକ ଙ୍କି ନିଯୁକ୍ତି କରିବା ପାଇଁ ଅନୁରୋଧ କରିଥିଲେ l ଜ଼ିଲ୍ଲା ରେ ମଙ୍ଗଳ ବିଭାଗ ଓ ଗଣ ଶିକ୍ଷା ବିଭାଗ ରର ଖାଳିପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ବିବିହତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ l ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ମାନ ଙ୍କ ରେ ଆବଶ୍ୟକ ସଂକ୍ଷକ ଶୌଚାଳୟ ନଥିବା ରୁ ଛାତ୍ର ଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି ସେଥିପାଇଁ ଶୌଚାଳୟ ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ l ଅଜି ମାନ୍ୟବର ମନ୍ତ୍ରୀ ଙ୍କୁ କାଉନସିଲେର ମଜୁଲା ମିନିଆକ, ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ, ଟୁଟୁଦାସ, କଂଚଡ଼ା ଅଶ୍ୱିନୀ ଙ୍କ ସମତେ ବହୁ ବିଜେପି କର୍ମୀ ସାକ୍ଷାତ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ