October 5, 2024

ନବରଙ୍ଗପୁର ସହର ର ପବ୍ଲିକ ସ୍କୁଲରେ ୭୫ ତମ ବନମହୋତ୍ସବ ପାଳନ……..

Share

 

ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ବନମହୋତ୍ସବ ତଥା ସରକାରଙ୍କ ପକ୍ଷରୁ ‘ମାଆ ପାଇଁ ଗଛ ଟିଏ ‘କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ନବରଙ୍ଗପୁର ସହର ର ଟାପାକାରିଆଗୁଡା ସ୍ଥିତ ନବରଙ୍ଗପୁର ପବ୍ଲିକ୍ ସ୍କୁଲ୍ ଠାରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଏବଂ ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ବ୍ୟାପକ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ l ଛାତ୍ର ଛାତ୍ରୀ ମାନେ ଗ୍ରୀନ୍ ଇଣ୍ଡିଆ କ୍ଲିନ୍ ଇଣ୍ଡିଆ ଏବଂ ମାଆ ପାଇଁ ଗଛ ଟିଏ ବୋଲି ଉତ୍ସାହିତର ସହ ନାରା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ନବକିଶୋର ଖଣ୍ଡପାନ, ପ୍ରିନ୍ସିପାଲ ସ୍ବର୍ଣ୍ଣଲତା ପଟ୍ଟନାୟକ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଂଗଠନ ପରିବର୍ତ୍ତନ ଫାଉଣ୍ଡେସନ ନବରଙ୍ଗପୁର , ନାରୀ ଶକ୍ତି , ଏଟ୍ପା ଫାଉଣ୍ଡେସନ ଏବଂ ସାଇକେର ଇନଷ୍ଟିଚ୍ୟୁଟ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହଧର୍ମିଣୀ ବବିତା ସର , ସମାଜ ମଙ୍ଗଳ ବିଭାଗ ଅଧିକାରୀ ଶିବାନୀ ଗୁହା, ନାରୀ ଶକ୍ତି ର ଅଧ୍ୟକ୍ଷା ସ୍ଵର୍ଣ୍ଣ ଲତା ପଟ୍ଟନାୟକ , ଆଇନଜିବୀ ତଥା ସମ୍ପାଦକ ନାରୀ ଶକ୍ତି କିଶୋରୀ ପଟ୍ଟନାୟକ , ପରିବର୍ତ୍ତନ ଫାଉଣ୍ଡେସନ ର ନିନି ବାବୁ ତ୍ରିପାଠୀ,ଏଟ୍ପା ଫାଉଣ୍ଡେସନ ର ସଞ୍ଜୟ କୁମାର ପଣ୍ଡା, ସାଇକେର ଇନଷ୍ଟିଚ୍ୟୁଟ ର ଦୁର୍ଗା ପାଢି, ଆଇନଜୀବୀ ମହମ୍ମଦ ସିରାଜ୍ ଓ ନାରୀଶକ୍ତି ର ସଦସ୍ୟା ପି. ମୁଜି, ରଞିତା ସାହୁ, ସ୍ମରଣୀକା ପଟନାୟକ, ଦାମିନୀ ବାଳା, ଧନମଣୀ ପୁଜାରୀ,ଶୁସଭିତା ତୁରୁକ, ପଦ୍ମିନୀ ପୁଜାରି ପ୍ରମୁଖ ଅନେକ ମହିଳା ଙ୍କ ସହଯୋଗ ରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା l