ପନ୍ଦର ହଜାର ସଦସ୍ଯତା ଲକ୍ଷ୍ଯ ସହ ଛାତ୍ର ସଂସଦ ନିର୍ବାଚନରେ ବିଜୟର ଧ୍ବଜା ଉଡାଇବ ବାଲେଶ୍ୱର ଏବିଭିପି…
ବାଲେଶ୍ବର(ଶେଖ୍ ନାଜିମ୍)ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲେଶ୍ୱର ତରଫରୁ ସ୍ଥାନୀୟ ଗୋପାଳ ଗାଁ ସ୍ଥିତ ଆୟୁଷ୍ମାନ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ପ୍ରକାଶ ଥାଉ କି ଜୁନ ୫,୬,୭,୮ ଚାରି ଦିନ ଧରି ବାରିପଦା ସ୍ଥିତ ସାଇ ବିଦ୍ୟା ମନ୍ଦିର ଠାରେ ପ୍ରାନ୍ତ ଅଭ୍ୟାସ ବର୍ଗ ସମ୍ପର୍ଣ୍ଣ ହୋଇଯାଇଅଛି।ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ରେ ବିଦ୍ୟାର୍ଥୀ ପରିଷଦର ଆଗାମୀ ଏକ ବର୍ଷର ଯୋଜନା ସ୍ଥିର ହେବା ସହିତ ସାରା ଓଡ଼ିଶାରେ ଏକ ଲକ୍ଷ ଚାଳିଶ ହଜାର ସଦସ୍ୟତା ଲକ୍ଷ୍ୟ ସ୍ଥିର କରାଯାଇଅଛି।ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶା ପୂର୍ବ ପ୍ରାନ୍ତର ପାଖାପାଖି ୨୩ ଟି ସାଂଗଠନିକ ଜିଲ୍ଲାରୁ ୨୫୦ ରୁ ଅଧିକ ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ।ରାୟଗଡ଼ା ରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ବିଭିନ୍ନ ସାଂଗଠାନିକ ଜିଲ୍ଲା ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଯୋଗ ଦେଇଥିବା ବିଦ୍ୟାର୍ଥୀ ମାନେ ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ରେ ବିଦ୍ୟାର୍ଥୀ ପରିଷଦ ର ଲକ୍ଷ୍ୟ,ଉଦ୍ଦେଶ୍ୟ,ବିଚାର ବିଷୟରେ ପ୍ରଶିକ୍ଷିତ ହେବା ସହିତ ଆଗାମୀ ଏକ ବର୍ଷର ସାଂଗଠାନିକ ଯୋଜନା ବିଷୟରେ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଦାୟିତ୍ଵ ମଧ୍ୟ ଘୋଷଣା କରାଯାଇଅଛି।ପ୍ରାନ୍ତ ଅଭ୍ୟାସ ବର୍ଗ ଅବସରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ୧୫ ହଜାର ସଦସ୍ୟତାର ଲକ୍ଷ୍ୟ ସ୍ଥିର କରାଯାଇଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କୁ ନେଇ ସରକାରଙ୍କ ଘୋଷଣା କୁ ବିଦ୍ୟାର୍ଥୀ ପରିଷଦ ସ୍ବାଗତ କରିବା ସହିତ ଏହି ବର୍ଷ ଓଡ଼ିଶା ସାରା ଯେତେ ବି କ୍ୟାମ୍ପସ ରେ ଛାତ୍ର ସଂସଦ ନିର୍ବାଚନ ହେବ ସେ ସମସ୍ତ କ୍ୟାମ୍ପସ ରେ ବିଦ୍ୟାର୍ଥୀ ପରିଷଦ ପୂର୍ଣ୍ଣ ଶକ୍ତି ସହ ଏବଂ ସଂଗଠିତ ଭାବରେ ଲଢ଼ିବା ସହିତ ବିଜୟ ର ଧ୍ଵଜା ମଧ୍ୟ ଉଡ଼ାଇବ ବୋଲି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି।ଏହି ଅବସରରେ ବାଲେଶ୍ୱର ବିଭାଗ ଓ ଜିଲ୍ଲାର ଦାୟିତ୍ଵ ମଧ୍ୟ ଘୋଷଣା କରାଯାଇଛି।ବାଲେଶ୍ବର ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା,ବିଭାଗ ସହ ପ୍ରମୁଖ ଭାବେ ଅଧ୍ୟାପକ ଲକ୍ଷ୍ମୀନାରାୟଣ ନାୟକ,ବିଭାଗ ସଂଯୋଜକ ଭାବେ ଛାତ୍ର ନେତା ସଞ୍ଜୀବ ମହାରଣା,ଜିଲ୍ଲା ସଂଯୋଜକ ଭାବେ ସୁଶ୍ରୀ ଜ୍ୟୋତି ରେଖା ଭୂୟାଁ,ଜିଲ୍ଲା ସହ ସଂଯୋଜକ ଭାବେ ପାର୍ଥ ବିଜୟୀ ପାତ୍ର ଏବଂ ଜିତମ୍ କୁମାର ଦାସ।ବିଭାଗ ଛାତ୍ରୀ ପ୍ରମୁଖ ଭାବେ ପ୍ରିୟାଶା ମହାପାତ୍ର,ବିଭାଗ ସିଡିଡି ସଂଯୋଜକ ଭାବେ ସୌମ୍ୟଶ୍ରୀ ପଣ୍ଡା,ବିଭାଗ ଖେଲୋ ଭାରତ ସଂଯୋଜକ ଭାବେ ଖିତିସ ପଣ୍ଡା, ବିଭାଗ ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଜିକ ଭାବେ ସୌମ୍ୟାଶ୍ରୀ ବିଶି,ବିଭାଗ ଜନଜାତି ପ୍ରମୁଖ ଭାବେ ରଘୁନାଥ ମାଝୀ ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଅଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ ସମ୍ପାଦିକା ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ,ରାଜ୍ୟ ସହ ସମ୍ପାଦକ ଶ୍ରୀ ଶୁଭ୍ର ସମ୍ବିତ ନାୟକ, ବାଲେଶ୍ୱର ଜିଲ୍ଲା ସଂଯୋଜିକା ସୁଶ୍ରୀ ଜ୍ୟୋତି ରେଖା ଭୂୟାଁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରିୟାଶା ମହାପାତ୍ର ଏବଂ ବାଲେଶ୍ୱର ନଗର ସମ୍ପାଦକ ଜୀତମ୍ ଦାସ ବିଶେଷ ଭାବରେ ଉପସ୍ଥିତ ଥିଲେ।
