July 8, 2024

ଓଡ଼ିଶା ଖୋଖୋ ଆସୋସିଏସନ୍ ଆନୁକୁଲ୍ୟରେ ଓ ଖୋ ଖୋ ଫେଡରେଶନ ଅଫ ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ର ସହଯୋଗ ରେ ଓଡିଶା ରେ କାର୍ଯ୍ୟରତ ଥିବା ଶାରୀରିକ କ୍ରୀଡ଼ା ଶିକ୍ଷକ ମାନଙ୍କୁ ଖୋ ଖୋ କ୍ରୀଡ଼ା ପ୍ରଶିକ୍ଷଣ ଓ ବୈଶିକ ଅଧିକାରୀ ସମ୍ବନ୍ଧରେ ଚାଲିଥିବା ତିନି ଦିନିଆ କର୍ମଶାଳା ପୁରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଆଜି ଉଦଯାପିତ ..

Share
  • ଓଡ଼ିଶା ଖୋଖୋ ଆସୋସିଏସନ୍ ଆନୁକୁଲ୍ୟରେ ଓ ଖୋ ଖୋ ଫେଡରେଶନ ଅଫ ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ର ସହଯୋଗ ରେ ଓଡିଶା ରେ କାର୍ଯ୍ୟରତ ଥିବା ଶାରୀରିକ କ୍ରୀଡ଼ା ଶିକ୍ଷକ ମାନଙ୍କୁ ଖୋ ଖୋ କ୍ରୀଡ଼ା ପ୍ରଶିକ୍ଷଣ ଓ ବୈଶିକ ଅଧିକାରୀ ସମ୍ବନ୍ଧରେ ଚାଲିଥିବା ତିନି ଦିନିଆ କର୍ମଶାଳା ପୁରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଆଜି ଉଦଯାପିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ସମସ୍ତ ଶିକ୍ଷକ ମାନଙ୍କୁ ଏକ ପ୍ରକାରର ଖୋ ଖୋ କ୍ରୀଡ଼ା ଶିକ୍ଷା ପ୍ରଦାନ କରାଯାଇଚି ,ଯେଉଁ ଶିକ୍ଷା ମାଧ୍ୟମରେ ଶିକ୍ଷକ ମାନେ ନିଜ ନିଜ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମାନଶୈଳୀ ରେ ଖୋ ଖୋ କ୍ରୀଡ଼ା ଶିକ୍ଷା ପ୍ରଦାନ କରି ପାରିବେ ।ଏହି ପ୍ରଶିକ୍ଷଣ ଦେବା ନିମନ୍ତେ ଭାରତୀୟ ଖୋ ଖୋ ସଂଘ ର ଟେକ୍ନିକାଲ କମିଟିର ସଦସ୍ୟ ସଞ୍ଜୀବ କୁମାର, ଆନ୍ତର୍ଜାତୀୟ ଖୋ ଖୋ ପ୍ରଶିକ୍ଷକ ସୁମିତ୍ ଯୋଗଦାନ କରି ସମସ୍ତ କ୍ରୀଡ଼ା ଶିକ୍ଷକ ମାନଙ୍କୁ ଏକ ପ୍ରକାର ଶିକ୍ଷା ପ୍ରଦାନ କରିଛନ୍ତି ।ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶା ଖୋ ଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ସମସ୍ତଙ୍କୁ ସ୍ଵାଗତ କରିଥିଲେ,ଅଲ୍ ଓଡିଶା ଖୋ ଖୋ ସଂଘର ସହ ସମ୍ପାଦକ ଲକ୍ଷ୍ମଣ ନାଥ ଯୋଗଦାନ କରି ଏହିଭଳି କର୍ମଶାଳା ବର୍ଷକୁ ଦୁଇ ଥର ହେଲେ ବହୁତ୍ ଭଲ ହେବ ବୋଲି ମତବ୍ୟକ୍ତ କରିଥିଲେ,ଖୋ ଖୋ ସଂଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ଅତିଥି ମାନଙ୍କୁ ଶୁଭେଛା ପ୍ରଦାନ କରିଥିଲେ ।
    ଏଥିରେ ଓଡ଼ିଶାର ୨୧ ଜିଲ୍ଲା ଓ କିସ୍ ବିଶ୍ଵବିଦ୍ୟାଳୟ ରୁ ୧୧୩ ଶାରୀରିକ ଶିକ୍ଷକ(ଖୋ ଖୋ କ୍ରୀଡ଼ା ) କର୍ମଶାଳା ରେ ଯୋଗଦାନ କରିଥିଲେ । ସମସ୍ତ କ୍ରୀଡ଼ା ଶିକ୍ଷକ ମାନଙ୍କୁ ଉଦଯାପନୀ ସନ୍ଧ୍ୟା ରେ ପ୍ରମାଣପତ୍ର ଓ ମୋମେଣ୍ଟ ପ୍ରଦାନ କରାଯାଇଥିଲା ।
    ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ