May 11, 2025

ମିଳୁଛି ପାକିସ୍ତାନ ଛାଡ଼ିଥିବା କ୍ଷେପଣାସ୍ତ୍ରର ଖଣ୍ଡବିଖଣ୍ଡିତ ଅଂଶ

Share

 

 

ପଠାନ୍‌କୋଟ– ଭାରତ-ପ‌ାକିସ୍ଥାନ ଯୁଦ୍ଧ ସ୍ଥିତି ଭିତ‌ରେ ଦେଶର ବିଭିନ୍ନ ସୀମାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଅମୃତସରର ଅଟ୍ଟାରୀ ସୀମାରୁ ନେଇ ପଠାନ୍‌କୋଟର ବିଭିନ୍ନ ସୀମାରେଖା ଓ ଜମ୍ମୁର ପୁଞ୍ଚ୍‌, ରାଜୌରୀ ଆଦି ସୀମାରେଖାରେ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯିବା ପାଇଁ ଓ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

 

ସୀମାରେ ସେନାବାହୀନୀ ପୂରା ସଜାଗ ରହିଛନ୍ତି। ସୀମାବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ପୂରାପୂରି ପ୍ରସ୍ତୁତ ରହିଛନ୍ତି। ସମ୍ବେଦନଶୀଳ ଗ୍ରାମର ମହିଳା ଓ ଶିଶୁମାନଙ୍କୁ ଅନ୍ୟତ୍ର ବଙ୍କର୍‌ ଭିତରକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନ ଯଦି ନିଜକୁ ନସୁଧାରେ ତା’କୁ କିଭଳି ଭାବେ ମୁହଁତୋଡ଼ ଜବାବ ଦିଆଯିବ ତା’ର ପୂରା ବନ୍ଦୋବସ୍ତ ହୋଇସାରିଛି। ପାକିସ୍ତାନର ସମସ୍ତ ଘାତକ ବିମାନ ଓ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରୁଛନ୍ତି ଆମର ଯବାନମାନେ।

 

ସୀମାବର୍ତ୍ତୀ ଗ୍ରାମର ଗ୍ରାମବାସୀମାନେ ପୂରାପୂରି ପ୍ରସ୍ତୁତ ରହିଛନ୍ତି। ସମ୍ବେଦନଶୀଳ ଗ୍ରାମର ମହିଳା ଓ ଶିଶୁମାନଙ୍କୁ ଅନ୍ୟତ୍ର ବଙ୍କର୍‌ ଭିତରକୁ ସ୍ଥାନାନ୍ତର କରାଯାଇଛି।

 

ପାକିସ୍ତାନ ଛାଡୁଥିବା କ୍ଷେପଣାସ୍ତ୍ରର ବିଭିନ୍ନ ଖଣ୍ଡବିଖଣ୍ଡିତ ଅଂଶ ଅମୃତସର, ଜମ୍ମୁ, ପଠାନ୍‌କୋଟ, ଆଦି ବିଭିନ୍ନ ଅଞ୍ଚଳରେ ମିଳୁଛି। ଏହାକୁ ଦେଖିବା ପରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଉତ୍କଣ୍ଠା ବୃଦ୍ଧି ପାଇଛି।

 

ପାକିସ୍ତାନର ରାୱଲପିଣ୍ଡି ଓ ଲାହୋର ପରି ସହର, କରାଚୀ ବନ୍ଦର ଭଳି ସ୍ଥାନରେ ଭାରତ ଘନଘନ ଆକ୍ରମଣ ଜାରି ରଖିଛି। ଦୁଃଖର କଥା ହେଉଛି ଗତକାଲି ପାକିସ୍ତାନର ଡ୍ରୋନ୍‌ ଆକ୍ରମଣରେ ଗୋଟିଏ ପରିବାର ୨ ଜଣ ମୃତ ଓ ୩ ଆହତ ହୋଇଛନ୍ତି।

 

ସଂଧ୍ୟାପରେ ପଠାନ୍‌କୋଟ, ଅମୃତସର, ଜମ୍ମୁ ଆଦି ଅଞ୍ଚଳରେ ପୂରା ବ୍ଲାକ୍‌ଆଉଟ୍‌ କରିଦିଆଯାଉଛି। ଏଥିପାଇଁ ବିଦ୍ୟୁତ୍‌ ସଂଯୋଗକୁ ବିଚ୍ଛିନ୍ନ କରିଦିଆଯାଉଛି। ଜେନେରେଟର୍‌ ଓ ଇନ୍‌ଭର୍ଟର ଆଦି ଚଳାଇବାକୁ ବାରଣ କରିଛି ପ୍ରଶାସନ।

 

ଯେଉଁଭଳି ଭାବେ ମକ୍‌ଡ୍ରିଲ୍‌ ଓ ବ୍ଲାକ୍‌ଆଉଟ୍‌ ଆଦି ହେଉଛି, ତାହା ୧୯୭୧ ମସିହା ଯୁଦ୍ଧପରେ ପ୍ରଥମ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ପୂରା କଡ଼ା କରାଯାଇଛି। ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି।