March 8, 2026

ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ, ପାଠ୍ୟ କେନ୍ଦ୍ର ରେ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ …

IMG-20250510-WA0025
Share

 

ରାୟଗଡ(ରବି ରାଜ ଵୈଦ୍ୟ)ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଇଗ୍ନୋ ପାଠ୍ୟକେନ୍ଦ୍ର ତରଫରୁ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ ସୁବର୍ଣ୍ଣ ଜୁବୁଲି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କଲେଜ ଅଧ୍ୟକ୍ଷା ଡ. ସରସ୍ବତୀ ରାୟ ପ୍ରଥମେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରିଥିଲେ। ତାପରେ ଇଗ୍ନୋ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ଓ ଅନ୍ୟାନ୍ୟ ନୀତି ନିୟମ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ। କଲେଜର ପରୀକ୍ଷା ନିୟନ୍ତ୍ରକ ୱାଇ. ଭି. ସାଇମାଧବ ଇଗ୍ନୋ ପାଠ୍ୟକ୍ରମର ଉପଯୋଗୀତା ସମ୍ପର୍କରେ ବୁଝେଇ ଥିଲେ। ଏଥିରେ ସହଯୋଗୀତା କରିଥିଲେ ପି.ଅରୁଣ କୁମାର,ଭୀମ ପଣ୍ଡା,ଭି.ଶ୍ରୀକାନ୍ତ ଇତ୍ୟାଦି। କାର୍ଯ୍ୟକ୍ରମରେ ଆଠ ଶହରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଯୋଗ ଦେଇଥିଲେ।