ନୂତନ ମନ୍ଦିରକୁ ବିଜେ କଲେ ମାଁ ମୁତ୍ୟାଲୁମା ..

କୋଲନରା(ସଞ୍ଜୀବ କଣ୍ଡାଗରୀ )କୋଲନରା ଗ୍ରାମ ଦେବୀ ମାଁ ମୁତ୍ୟାଲୁମା ନୂତନ ମନ୍ଦିରକୁ ବିଜେ କରିଛନ୍ତି। ମାଁ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ମାଁ ଙ୍କ ମନ୍ଦିର ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି।ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ପୂର୍ଣାହୁତି ଦିଆଯାଇଛି।ମାଁ ଙ୍କ ମନ୍ଦିର ପ୍ରବେଶ କରିବା ସହିତ ପାର୍ଶ୍ଵ ଦେବା ଦେବୀ ମା ବାରାହୀ,ନରସିଂହୀ,ଚାମୁଣ୍ଡା, ସିଂହମୁଖୀ,ବ୍ୟାଘ୍ରମୁଖୀ ଓ ନବ ଗ୍ରହଙ୍କ ବିଗ୍ରହ ସ୍ଥାପନା କରା ଯାଇଛି।ମନ୍ଦିରରେ ପ୍ରଥମ ସଂଧ୍ୟାରେ ଆଳତୀ ନେବା ପାଇଁ କୋଲନରା ଗ୍ରାମବାସୀଙ୍କ ସମେତ ଆଖ ପାଖ ଗାଁର ଶ୍ରଦ୍ଧାଳୁ ଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଆରମ୍ଭ ହୋଇଥିବା ସଂସ୍କାର କର୍ମ ସମେତ ସମସ୍ତ ସୂର୍ଯ୍ୟପୂଜା,ଗୋ ପୂଜା, ମଣ୍ଡଳ ପୂଜା,ଦେବତା ସ୍ନାନ,ଚଣ୍ଡି ପାଠ,ହୋମଯଜ୍ଞ ପ୍ରାଣ ପ୍ରତିଷ୍ଠା, ମନ୍ଦିର ସଂସ୍କାର ସମେତ ଅନ୍ୟାନ୍ୟ କର୍ମ ପୁରୋହିତ ବିଶ୍ଵନାଥ ଆଚାର୍ଯ୍ୟ, ନିଳ ମାଧବ କର,ଦୁର୍ଗା ପ୍ରସାଦ ମିଶ୍ର, ଆଶିଷ ମିଶ୍ର,ଲାରା ମିଶ୍ର,ପ୍ରିତମ କର,ବାବୁନି ମହାପାତ୍ର,ରଜତ ଆଚାର୍ଯ୍ୟ, ସନ୍ତୋଷ ସାହୁ, ପିତବାସ ମିଶ୍ର,ସୁଭନ ସାହୁ,ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କର୍ମ ପରିଚାଳନା କରିଥିଲେ।