May 10, 2025

ଜେ କେ ପୁର ଟ୍ରାଫିକ ଛକ ନିକଟରେ କୁଢ଼ କୁଢ଼ ଆବର୍ଜ୍ଜନା ..

Share

 

କୋଲନରା(ସଞ୍ଜୀବ କଣ୍ଡାଗରୀ)ରାୟଗଡ଼ା ଜିଲ୍ଲା ଜେକେପୁର ଟ୍ରାଫିକ ଛକ ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାର୍ଶ୍ଵରେ ପୁଣି କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ଦୁର୍ଗନ୍ଧ ସୃଷ୍ଟି କରୁଛି। ଖାଲି ଆବର୍ଜ୍ଜନା ଗଦା ହୋଇନି ବରଂ ଏଠାରେ ଶୁଖିଯାଇଥିବା ପନି ପରିବା,ଅଳିଆ ଆବର୍ଜନା ଓ ଖରାପ ହୋଇଥିବା ଫଳମୂଳ ଫିଙ୍ଗା ଯାଇଥିବାରୁ ଗାଈଗୋରୁ ଖାଦ୍ୟ ଆଶାରେ ଏଠାରେ ଚରୁଥିବା ଦେଖିବାକୁ ମିଳିଛି।ଏହି ସ୍ଥାନଟି ଦୁଇ ଦିଗରୁ ଆସିଥିବା ରାସ୍ତା ଓ ରାୟଗଡା ଦିଗରୁ ଆସିଥିବା ରାସ୍ତା ମିଶି ଛକ ହୋଇଥିବାରୁ ଏଠାରେ ଟ୍ରାଫିକ ପୋଷ୍ଟ ତିଆରି ହୋଇଛି। ଏହି ଛକ ସଦାବେଳେ ଲୋକଙ୍କ ଯାତାୟାତ ଯୋଗୁଁ ଗହଳିଆ ହୋଇ ରହୁଥିବା ବେଳେ ଆଖ ପାଖରେ ବିଭିନ୍ନ ବ୍ୟବସାୟୀ ମାନେ ପନି ପରିବା,ଫଳମୂଳ ଓ ଜଳଖିଆ ବ୍ୟବସାୟ କରୁଛନ୍ତି।ଏହି ସ୍ଥାନଟି ରେ ଲୋକେ ସଦାବେଳେ ପରିତ୍ୟକ୍ତ ଅଳିଆ ଆବର୍ଜ୍ଜନା ପକାଉ ଥିବାରୁ ଛକରେ ଠିଆ ହେବା ବେଳେ ହେଉ କିମ୍ବା ଲୋକେ ଯାତାୟାତ ବେଳେ ହେଉ ଜମା ହୋଇଥିବା ଆବର୍ଜ୍ଜନା ଦୁର୍ଗନ୍ଧରେ ନିକଟରେ ରହିବା ସମ୍ଭବ ହେଉନଥିବା ଅଭିଯୋଗ ହୋଇଛି। ଗତ ଦିନରେ ମଧ୍ୟ ଏଠାରେ ଏଭଳି ଆବର୍ଜ୍ଜନା ଗଦା ହୋଇ ଦୁର୍ଗନ୍ଧ ହେଉଥିବା ବିଷୟକୁ ନେଇ ବିଭିନ୍ନ ଖବର କାଗଜ ରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅଳିଆ ଆବର୍ଜ୍ଜନା ଗଦା ଶୀର୍ଷକ ଖବର ପ୍ରସାରଣ ହେବା ପରେ ତହିଁ ଆରଦିନ ପଞ୍ଚାୟତ ପକ୍ଷରୁ ସଫେଇ କରାଯାଇଥିଲା।ତେବେ ଲୋକଙ୍କ ଆତଯାତ ଓ ଜନ ଗହଳି ସହିତ ଦୈନିକ ବଜାର ମଧ୍ୟଭାଗ ରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଛକରେ ବାରମ୍ବାର ଅଳିଆ ଆବର୍ଜ୍ଜନା ଗଦା ହୋଇ ଏଠାରେ ହେଉଥିବା ଦୁର୍ଗନ୍ଧ ରେ ଲୋକେ ରହି ପାରୁ ନଥିବା ବେଳେ, ନିକଟ ରେ ପାନୀୟ ଜଳ ବ୍ୟବସ୍ଥା କାହା ସ୍ୱାର୍ଥରେ କରାଯାଇଛି ବୋଲି ପ୍ରଶ୍ନ ଉଠୁଛି।ଆଖ ପାଖରେ ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ମଧ୍ୟ ଦୋକାନ କରିଛନ୍ତି।ମଶା ଓ ମାଛିଙ୍କ ଉପଦ୍ରବ ସାଙ୍ଗକୁ ଏହି ଦୁର୍ଗନ୍ଧ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।ତେଣୁ ପ୍ରଶାସନ ପକ୍ଷରୁ ଛକ ଟି କିଭଳି ସଦାବେଳେ ପରିଷ୍କାର ଓ ପରିଚ୍ଛନ୍ନ ରହିବ ତାହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।