ଖବର ଆଜିର..

୧-ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ, ଫୋନ୍ ନଂ:୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧।
୨-ଭୁବନେଶ୍ଵର: ହାଇ ଆଲର୍ଟରେ ଓଡିଶା । ସେନା ପ୍ରତିଷ୍ଠାନ, ମନ୍ଦିର, ବନ୍ଦର ଠାରୁ ଆରମ୍ଭ କରି ଉପକୂଳ ସୁରକ୍ଷା କଡାକଡି କଲେ ଓଡିଶା ସରକାର।
୩-ଯୁଦ୍ଧ ପରିସ୍ଥିତି ସମୟରେ ଦେଶରେ ଅଦ୍ଭୁତପୂର୍ବ ରାଜନୈତିକ ଏକତା, ଦେଶ ସହ ଆମେ,ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନ ଜାରି।
୪-ମାଲକାନଗିରି:୩୮ ମାଓବାଦୀଙ୍କ ଆତ୍ମସମର୍ପଣ, ତେଲଙ୍ଗାନା ପୋଲିସ ନିକଟରେ କଲେ ଆତ୍ମସମର୍ପଣ।
୫-କଟକ:ଛାଡ଼ପତ୍ର ଓ ଭରଣପୋଷଣ ମାମଲାରେ ଟେଲି ଅଭିନେତା ହରିଶ ଖଣ୍ଡେଲଓ୍ବାଲ ଗିରଫ, ଜାମିନ ପ୍ରଦାନ କଲେ କୋର୍ଟ
୬-ଦୀଘା ଜଗନ୍ନାଥ ମନ୍ଦିର ବିବାଦ : ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆଉ ଏକ ନୋଟିସ୍, ଦୁଇ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ
୭-ଦାରିଙ୍ଗବାଡି:ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
୮-ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାକୁ ଫେରିଛି ତାତି,ଛ’ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଲା।
୯-୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ, ୪୨ଟି ଦେଶର ୧୨୦୦ ଖେଳାଳିଙ୍କ ରହିଛି ଯୋଗଦାନ।
୧୦-ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ପ୍ରୟୋଗ ହେବ।
୧୧-ନିରାଶ ହୁଅନ୍ତୁନି କ୍ରିକେଟପ୍ରେମୀ ; ସପ୍ତାହେ ପରେ ପୁଣି ଆରମ୍ଭ ହେବ IPL।
୧୨-ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ,ଚାଲି-ହସ ପୂରା ସୁପର୍ଷ୍ଟାର୍; ମୋନାଲିସାଙ୍କ ଆଗରେ ପୂରା ଫିକା ଦୀପିକା-କାଟ୍ରୀନା
୧୩-ବୋମା କହି ପାକିସ୍ତାନକୁ ଖେଳନା ଧରାଇଦେଲେ ଚୀନ୍ – ତୁର୍କୀ : ଭାରତ ମାଟିରେ ୫୦୦ ଡ୍ରୋନ୍ ଫୁସ୍।
୧୪-ପାକିସ୍ତାନ ଉପରେ ପ୍ରକୃତିର କୋପ ! ୪.୦ ତୀବ୍ରତାରେ ଥରିଲା ଇସଲାମାବାଦ।
୧୫-ସବୁ ଏଟିଏମ୍ ସହ ଡିଜିଟାଲ ସେବା ସ୍ୱାଭାବିକ ଚାଲୁଛି, କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଏସବିଆଇର ପରାମର୍ଶ।
୧୬-ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ
ଦେଶରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଗଲା ପରୀକ୍ଷା।
୧୭-ଇସଲାମାବାଦ-ଲାହୋରରେ ନିଆଁ ବର୍ଷା, ପାକିସ୍ତାନର ୩ ଏୟାରବେସ୍ ସହ ସେନା ମୁଖ୍ୟାଳୟ ନିକଟରେ ହେଲା ବଡ଼ ବିସ୍ଫୋରଣ।
୧୮-୩୬ଟି ସ୍ଥାନକୁ ୩୦୦ରୁ ୪୦୦ ଡ୍ରୋନ୍ ଆକ୍ରମଣ କରିଛି ପାକିସ୍ତାନ, ବେସାମରିକ ବିମାନକୁ କରୁଛି ଢାଲ: ଭାରତୀୟ ସେନା।
୧୯-ପାକିସ୍ତାନ ସେନା ତୁର୍କୀ ଡ୍ରୋନ୍ ବ୍ୟବହାର କରିଛି-କର୍ଣ୍ଣେଲ ସୋଫିଆ କୁରେଶୀ।
୨୦-ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ।
୨୧-ଉରିରେ ପୁଣି ଆକ୍ରମଣ କଲା ପାକିସ୍ତାନ, ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼।
୨୨-ଭାରତୀୟ ସେନାକୁ ସହଯୋଗ କରିବାକୁ ସାମିଲ ହେବ ଟେରିଟୋରିଆଲ୍ ଆର୍ମି।
୨୩-ଉତ୍ତେଜନା କମ୍ କରନ୍ତୁ ଭାରତ-ପାକିସ୍ତାନ, ଆମେ କରିବୁନି ମଧ୍ୟସ୍ଥତା:ସଂଘର୍ଷ ସମୟରେ ଟ୍ରମ୍ପଙ୍କ ବଡ ବୟାନ।