March 12, 2025

ଉମରକୋଟ ପେଣ୍ଡ୍ରାଣି ମହାବିଦ୍ୟାଳୟ କୁ ରାଜ୍ୟ  ସରକାର ଙ୍କ ୪ କୋଟି ଅନୁଦାନ ପ୍ରଦାନ, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସି ର ଲହରି ……….

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷ୍ୟା ବିଭାଗ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଉମରକୋଟ ପେଣ୍ଡ୍ରାଣି ଡିଗ୍ରୀ ମହାବିଦ୍ୟାଳୟ କୁ ୪ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଙ୍କ ଯୋଗୁ ଏହି ଅନୁଦାନ ମିଳିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ୧୫ ଦିନ ତଳେ ଉଚ୍ଚ ଶିକ୍ଷା ବିଭାଗ କୁ ଉମରକୋଟ ପେଣ୍ଡ୍ରାଣି ଡ଼ିଗ୍ରୀ ମହାବିଦ୍ୟାଳୟ କୁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁର ପାଇଁ ପତ୍ର ଲେଖିଥିଲେ। ଗଣଶିକ୍ଷା ମନ୍ତ୍ରୀ ଙ୍କ ଅନୁରୋଧ ପତ୍ର ପାଇବା ପରେ ଉଚ୍ଚ ଶିକ୍ଷା ବିଭାଗ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ର ମୋଟ ୪୬ ଟି ଡିଗ୍ରୀ କଲେଜକୁ ମୋଟ ୧୪୬ କୋଟି ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି। ଆଉ ସବୁ କଲେଜ ଠାରୁ ପେଣ୍ଡ୍ରାଣି ମହାବିଦଳୟ କୁ ହିଁ ଅଧିକ ଅର୍ଥ ଅନୁଦାନ ମିଳିଛି। ଏହି ୪ କୋଟି ଟଙ୍କା ରେ ଅତିରିକ୍ତ ଶ୍ରେଣୀ ଗୃହ, ପୁଅ ଓ ଝିଅ ଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ପାନୀୟ ଜଳ ଓ ଟଏଲେଟ୍ ସୁବିଧା ଥାଇ ବାଳକ ଓ ବାଳିକାଙ୍କ ପାଇ କମନ ରୁମ, ବିଜ୍ଞାନ ଲେବ୍ରଟରି, ଆଧୁନିକ ଲାଇବ୍ରେରୀ, ହଷ୍ଟେଲ ବିଲ୍ଫିଂ ଓ ବାଉଣ୍ଡରୀ ୱାଲ ନିର୍ମାଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧେଶ ପ୍ରଦାନ କରିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡକ୍ଟର ଅନିଲ କୁମାର ମିଶ୍ର ଓ ଅର୍ଥନୀତି ବିଭାଗ ର ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ଗଣଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏତେ ଟଙ୍କା ଅନୁଦାନ ଆସିବା ଶୁଣି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

You may have missed