ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି

କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଭି କିର୍ତ୍ତୀ ଭାସନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I ଏହି ଶିବିର ରେ ପତି ଗାଁ ର ମନ୍ଦିର ପଟା ପରିବର୍ତନ କରିବା. କେନ୍ଦୁଗୁଡା ସ୍କୁଲ ରେ ପାଚେରି କାନ୍ଥ ନିର୍ମାଣ କରିବା ଇତ୍ୟାଦି ମୋଟ ଉଣେଇଶି ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା I ଗୋଷ୍ଠିଗତ ତିନୋଟି ହୋଇ ଥିବା ବେଳେ ବ୍ୟକ୍ତିଗତ ଷୋହଳ ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବାର ଜଣା ଯାଇଛି I ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ କୁମାର ବର୍ମା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ସମେତ ଜିଲ୍ଲା ର ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାଯାଇଛି Iକୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର