March 12, 2025

ନବୀନର 27ତମ ବିଷୁବ ମିଳନ ପ୍ରସ୍ତୁତି ବୈଠକ ସମ୍ମାନିତ ହେବେ 5 ପ୍ରତିଭାଧର

Share

 

 

ବ୍ରହ୍ମପୁର,10/3 : ନବୀନ ପାଠାଗାର ଓ ସାହତ୍ୟ ପ୍ରତିଷ୍ଠାନ ତରଫରୁ 27ତମ ବିଷୁବ ମିଳନ ମହୋତ୍ସବ ମହାସମାରୋହରେ ପାଳନ କରାଯିବ । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନବୀନର ସମ୍ପାଦକ ରବି ରଥ ବିଷୁବ ମିଳନ ସମ୍ପର୍କରେ ସୂଚନା ଦେଇ 1999 ମସିହାରୁ ନବୀନ ପକ୍ଷରୁ ପାଳିତ ହୋଇ ଆସୁଥିବା ବିଷୁବ ମିଳନ ସମାରୋହ ଚଳିତ ବର୍ଷ 27 ବର୍ଷରେ ପଦାର୍ପଣ କରିଛି ବୋଲି କହିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ 5 ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ପ୍ରତିଷ୍ଠାନର ଉପଦେଷ୍ଟା ବୈଜ୍ଞାନିକ ଡ଼. ଡ଼ମ୍ୱରୁଧର ସାହୁ, ସାଧାରଣ ସମ୍ପାଦକ କାମରାଜୁ ମହାରଣା, ଉପସଭାପତି ରାମକୃଷ୍ଣ ପାତ୍ର, ବନ୍ଦନା ମହାପାତ୍ର, ନବୀନର ପ୍ରକାଶିକା ମଂଜୁ ରଥ, ସମ୍ପାଦକ ସୁଶାନ୍ତ କର, ଶିକ୍ଷାବିତ ଡ଼. ବିଜୟ ଚନ୍ଦ୍ର ମହାରଣା, ରଂଜନ କୁମାର ବ୍ରହ୍ମା, ତାରିଣୀ ଚରଣ ପାଇକ, ଅଶୋକ ଦଳେଇ, ସୁରଥ ପଟ୍ଟନାୟକ, ସାମ୍ୱାଦିକ ରଂଜନ କୁମାର ସାହୁ, ଅରୁଣ କୁମାର ପଣ୍ଡା, ପବିତ୍ର କୁମାର ଚୌଧୁରୀ, କେ. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

 

 

(କାମରାଜୁ ମହାରଣା)