March 12, 2025

ରାୟଗଡ଼ା ଜିଲା ଆଇନ ସେବା ପ୍ରାଧିକରଣ ସହଯୋଗ ରେ ଆନ୍ତର୍ଜାତୀୟ ମହିଲା ଦିବସ ପାଳନ

Share

 

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋକ୍ସ) ଶ୍ରୀମତି ଶ୍ୱେତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସହାୟ ଯୋଗ ଜିଏନ୍ଏମ୍.ଟ୍ରେନିଙ୍ଗ୍ କଲେଜ କସ୍ତୁରୀ ନଗର ରାୟଗଡା ପରିସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତରଫରୁ “ଆନ୍ତର୍ଜାତୀୟ ମହିଳା ଦିବସ” ଆଡମ୍ବର ସହିତ ପାଳିତ ହୋଇଯାଇଛି। ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା,ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ଅଳ୍ପନା ସ୍ୱାଇଁ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ଣା ମହାପାତ୍ର,ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ,ବରିଷ୍ଟ ଦେୱାନି ବିଚାରପତି ଶ୍ରୀ ଆଶିସ ପଟ୍ଟନାୟକ,ଉପଖଣ୍ଡୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, କୋଲନରା ସ୍ଥିତ ଗ୍ରାମ ନ୍ୟାୟଧିକାରୀ ଶ୍ରୀମତି ଜ୍ୟୋତିରମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି.ଶ୍ରୀ ରିଚିମିଲନ ପାତ୍ର,ଜି.ଏନ୍.ଏମ୍. ଟ୍ରେନିଙ୍ଗ କଲେଜର ଡାଇରେକ୍ଟର ରଞ୍ଜିତାରାଣୀ ସାବତ,ରାୟଗଡା ବାର ଆସୋସିଏସନ ର ଆଇନଜୀବି ଶ୍ରୀମତି ପ୍ରଣତି ପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପାନେଲ ଓକିଲ ଶ୍ରୀ ଦେବରାଜ ନାୟକ ଓ ଜି.ଏନ୍.ଏମ୍.ଟ୍ରେନିଙ୍ଗ କଲେଜର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।ଉପସ୍ଥିତ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରେ ମହିଳା ମାନେ ଓ ଶିଶୁ ମାନେ କିପରି ଯୌନ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ଏବଂ ତାର ପ୍ରତିକାର ପାଇଁ କିପରି ଆଇନର ବ୍ୟବସ୍ଥା ଅଛି ତାହା ପିଲା ମାନଙ୍କୁ ବିସୃତ ରେ ବୁଝାଇଥିଲେ।ଏଥି ସହିତ ବାଲ୍ୟ ବିବାହ,ଯୌତୁକ ନିର୍ଯ୍ୟାତନା, ଘରୋଇ ହିଂସା ଆଇନ,ପୋକ୍ସ ଆକ୍ଟ,ପି.ସି.ପି.ଏନ୍.ଡି.ଟି.ଆକ୍ଟ ରେ ଉଦ୍ଦିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ। ସର୍ବୋପରି ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଟି ସଫଳତାର ସହିତ ଶେଷ ହୋଇଥିଲା।