ଅନ୍ୱେଷା ହଷ୍ଟେଲରେ ବିଶୃଙ୍ଖଳିତ ପିଲା ..

(ତଳ ଶ୍ରେଣୀ ର ପିଲାଙ୍କୁ ମରଣାନ୍ତକ ଆକ୍ରମଣ,ବିଶୃଙ୍ଖଳିତ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ)
ଗୁଣୁପୁର(ସୁରେନ୍ଦ୍ର ମହାନ୍ତି )ଆଦିବାସୀ ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି।ହେଲେ ପିଲା ମାନେ ତାର ସଦୁପଯୋଗ କରିବା ପରିବର୍ତ୍ତେ ହଷ୍ଟେଲ ମାନଙ୍କରେ ଅତି ବିଶୃଙ୍ଖଳିତ ଆଚରଣ ଓ ଉଚ୍ଚାରଣ କରୁଛନ୍ତି।ଏମିତିକି ତଳ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ମରଣାନ୍ତକ ଆକ୍ରମଣ ଓ ମାରପିଟ କରିବାକୁ ପଛାଉ ନାହାନ୍ତି।ଆମକୁ କିଏ କିଛି କହିପାରିବେ ନାହିଁ କି କିଛି କରିପାରିବେ ନାହିଁ ଆମ ପାଇଁ କିଛି ନିୟମ ନାହିଁ ଯାହା ଇଚ୍ଛା ତାହା କରିବୁ ବୋଲି ହଷ୍ଟେଲ ର ଅନ୍ୟ ପିଲାଙ୍କୁ ଧମକ ଚମକ ଦେଉଥିବା ଶୁଣିବାକୁ ମିଳୁଛି।ତେବେ ଗୁଣୁପୁର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଅନ୍ୱେଷା ହଷ୍ଟେଲର କିଛି ଦଶମ ଶ୍ରେଣୀର ଛାତ୍ର କନିଷ୍ଠ ଛାତ୍ର ମାନଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ନିସ୍ତୁକ ମାଡ଼ ମାରିଥିବା ଭିଡ଼ିଓ ଭାଇରଲ ହୋଇଥିଲା।ଯାହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଭିଡିଓ ଭାଇରଲ ହେବା ପରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଶୃଙ୍ଖଳିତ ପିଲାଙ୍କୁ ଚିହ୍ନଟ କରାଯାଇଛି ଓ ମାଡ଼ ଖାଇଥିବା ପିଲାଙ୍କୁ ଚିକିତ୍ସା କରାଯାଇଛି। ପ୍ରକାଶ ଯୋଗ୍ୟ କି ଉକ୍ତ ହଷ୍ଟେଲ ରେ ଜଣେ ମହିଳା ପରିଚାଳିକା ଙ୍କୁ ହଷ୍ଟେଲ ଦାୟିତ୍ୱ ଦିଆଯାଇଛି।ଯାହା ଫଳରେ କିଶୋର ବୟସର ପିଲାମାନେ ତାଙ୍କୁ ମାନୁ ନ ଥିବା କୁହାଯାଇଛି।ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ଅନେକ ପ୍ରଶ୍ନ ଉଠିଛି।ପିଲାଙ୍କ ହଷ୍ଟେଲ ଭିତରକୁ ମୋବାଇଲ କିପରି ଗଲା ?ପିଲା ମାନେ ମୋବାଇଲ ବ୍ୟବହାର କରିବାକୁ ଅନୁମତି ଅଛି କି ? କାହିଁକି ପିଲା ମାନେ ଏପରି ବିଶୃଙ୍ଖଳିତ ଆଚରଣ କରୁଛନ୍ତି। ତେବେ କିଛି ବଡ଼ ଶ୍ରେଣୀର ପିଲା ମାନେ ବାରମ୍ବାର ଏପରି ବିଶୃଙ୍ଖଳା କରୁଥିବା,ରାଗିଙ୍ଗ କରୁଥିବା ଛୋଟ ପିଲାଙ୍କୁ ଭୟଭୀତ କରୁଥିବା କିଛି ପିଲା କର୍ତ୍ତୃପକ୍ଷଙ୍କୁ କହି ଦେଉଥିଲେ। ତେଣୁ ଆକ୍ରୋଶ ରଖି ଏଭଳି ଘଟଣା ଘଟିଛି ବୋଲି ମଧ୍ୟ ଆଲୋଚନା ହେଉଛି।ପ୍ରଶାସନିକ ତଦନ୍ତ ଜାରୀ ରହିଥିବା ବେଳେ ଅଭିଭାବକ ମାନେ ତୁରନ୍ତ ବିଶୃଙ୍ଖଳା କାରୀଙ୍କୁ ବହିଷ୍କୃତ କରିବାକୁ ଦାବୀ କରିଛନ୍ତି।ତେବେ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ନିୟମ ଓ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା ଏହାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।