ମୌଳିକ ସମସ୍ୟା ଘେରରେ ରାୟଗଡା ଜିଲ୍ଲା କାଶପୁର ବ୍ଲକ ର ମାଣିକେଶ୍ୱରୀ ଆଦିବାସୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ —–

Share

 

ରାୟଗଡ଼ା(ରବି ରାଜ ବୈଦ୍ୟ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ମାଣିକେଶ୍ୱରୀ ଆଦିବାସୀ ମହାବିଦ୍ୟାଳୟ ରେ ମୌଳିକ ସୁବିଧା ରୁ ବଞ୍ଚିତ ଛାତ୍ର ଛାତ୍ରୀ। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୫୧୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ଚାରି ଜଣ ଅଧ୍ୟାପକ ଥିବା ଦେଖିବାକୁ ମିଳେ। ଅର୍ଥନୀତି ଅଧ୍ୟାପକ ରମାକାନ୍ତ ମଲ୍ଲିକ ଯଥା ପୂର୍ବତନ ଅଧ୍ୟକ୍ଷ ୨୦୨୪ ଠାରୁ ଅବସର ଗ୍ରହଣ କରିଥିବା ପ୍ରକାଶ।ସେହି ଦିନ ଠାରୁ ଅର୍ଥନୀତି ଅଧ୍ୟାପକ ପଦ ଖାଲି ରହିଛି।ଚଳିତ ଶିକ୍ଷା ବର୍ଷରେ ଛାତ୍ର ଉପସ୍ଥାନ ହୋଇନି ତେଣୁ ବିନା ଉପସ୍ଥାନରେ ଛାତ୍ର ଛାତ୍ରୀ ମାନେ ୨୦୨୫ ର ବର୍ଷିକ ପରୀକ୍ଷା ଦେଇଛନ୍ତି।କେମିତି ଫର୍ମ ଫିଲପ କରିପରୀକ୍ଷା ଦେଲେ।ଶୁଣିବାକୁ ମିଳୁଛି ଅନେକ ଛାତ୍ର ଛାତ୍ରୀ ଗୋଟିଏ ଦିନ ବି ଶ୍ରେଣୀକୁ ନ ଆସି କେମିତି ପରୀକ୍ଷା ଦେଲେ।ଅର୍ଥନୀତି ବିଷୟରେ ଅଧ୍ୟପକ ନ ଥାଇ ବି କେମିତି ପାଠ ପଢା ହେଲା। ଇଣ୍ଟେର୍ଣ୍ଣାଲ ପରୀକ୍ଷା ରେ ପ୍ରଶ୍ନ ପତ୍ର କିଏ ପ୍ରସ୍ତୁତ କଲା ତତ୍ ସଙ୍ଗେ ସଙ୍ଗେ ଏହି ବିଷୟରେ ପରୀକ୍ଷା ଖାତା ମୂଲ୍ୟାୟନ କିଏ କଲା ଛାତ୍ର ଛାତ୍ରୀ ମାନଙ୍କ ଅର୍ଥନୀତି ବିଷୟର ମାର୍କ କେମିତି ଭୁବନେଶ୍ୱର ଶିକ୍ଷା ବିଭାଗ କୁ କେଉଁ ମାପଦଣ୍ଡରେ ପଠେଇ ଥିଲେ ଏହା ଏକ ମୁଖ୍ୟ ପ୍ରଶ୍ନ ଉଭା ହୋଇଛି।ବିନା ଅଧ୍ୟାପକ ରେ ଯଦି ଗୋଟିଏ ବିଷୟର ସବୁ କାର୍ଯ୍ୟ ଅଧ୍ୟକ୍ଷଙ୍କ ଦ୍ୱାରା ସମ୍ପାଦନ କରାଯାଇପାରୁଛି ତେବେ ଅନ୍ୟ ବିଷୟର ଅଧ୍ୟାପକ ପଦବୀ ପୂରଣ ହେବାର ଆବଶ୍ୟକ ନାହିଁ।ସେ ଯାହା କରିବେ ବେଦର ଗାର ଭଳିଆ ସେ ସବୁ ନିୟମ କୁ ଉଲ୍ଲଙ୍ଗନ କରି ତାଙ୍କ ମନମୁତାବକ ଅନୁଯାୟୀ ସବୁ କାମ କରନ୍ତି।ଯେଉଁ ଶିକ୍ଷା ଅନୁଷ୍ଠାନରେ ବାହାର ଅଣ ଛାତ୍ର ମାନେ ପାଠ ପଢା ସମୟରେ ଶ୍ରେଣୀ ଗୃହରେ ଆସି ବସନ୍ତୀ ଓ ଝିଅ ଙ୍କୁ କମେଣ୍ଟ କରନ୍ତି ଓ ବିଭିନ୍ନ ପ୍ରକାର ହଇରାଣ କରନ୍ତି।ଅଧ୍ୟକ୍ଷ ଏହି ବିଷୟରେ ଜାଣି ମଧ୍ୟ ଚୁପଚାପ ରହନ୍ତି।ସରକାର ଙ୍କ ନିୟମ ଅନୁଯାଇ ୭୫ ଭାଗ ଉପସ୍ଥାନ ରହିଲେ ହିଁ ଫର୍ମ ଫିଲପ ହେବା କଥା ତାହାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଠାରେ ପିଲାଙ୍କ ପାଇଁ ଲେଟିନ ବାଥରୁମ ପାଇଁ ମଧ୍ୟ ପାଣି ର ଅସୁବିଧା ହେତୁ ସାଧରଣ ତ ଝିଅ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଛାତ୍ର ଛାତ୍ରୀ ମାନେ ଦୀର୍ଘ ବହୁ କିଲୋମିଟର ଦୂରରୁ ଆସି କେବଳ ଗୋଟିଏ କ୍ଲାସ କରିକି ଯାଆନ୍ତି।ତାହା ବି ଠିକ ଠାକ ପଢ଼ା ହେଉନଥିବା କଥା କିଛି ଛାତ୍ର ଆମ ପ୍ରତିନିଧି ଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି।ଉକ୍ତ ମାଧ୍ୟମିକ ବିଦ୍ୟାଳୟ ର ସଭାପତି ଉପ ଜିଲ୍ଲାପାଳ ଥିବା ବେଳେ ବିଦ୍ୟାଳୟ ପ୍ରତି ତାଙ୍କର ଆତ୍ମୀୟତା କିଛି ନାହିଁ କହିଲେ ଚଳେ।ଏହି ବିଷୟରେ ଆମ ପ୍ରତିନିଧି ଅନେକ ଥର ବୁଝିବାକୁ ଚେଷ୍ଟା କଲେ ମଧ୍ୟ ଯୋଗାଯୋଗ ହୋଇ ପାରୁନାହିଁ।ଇତି ମାଧ୍ୟ୍ୟରେ କେହି ଜଣେ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ ଙ୍କ ପୋର୍ଟାଲ ରେ ଅଭିଯୋଗ ଦାୟର କରିଥିବା କିଛି ସମ୍ବାଦ ପତ୍ରରେ ପ୍ରକାଶିତ ହେବାପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ କାଶୀପୁର ମାଣିକେଶ୍ବରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ର ପ୍ରିନସିପାଲ ବିରୁପାକ୍ଷ୍ୟ ପ୍ରଧାନଙ୍କୁ ବିଦ୍ୟାଳୟ ର ସମସ୍ତ ତଥ୍ୟ ଦେବାପାଇଁ ଏକ ପତ୍ର ଆସିଥିବା ଜଣାପଡିଛି।ବିଦ୍ୟାଳୟ ର କେତେ ଅଧ୍ୟାପକ ଅନ୍ୟ କେତେ ଅନୁଷ୍ଠାନ ମାନଙ୍କ ରେ ବିଭିନ୍ନ ପଦ ପଦବୀରେ ରହୁଥିବା ବେଳେ କ୍ଲାସ ଚାଲିଥିବା ସମୟରେ ଏଣେ ତେଣେ ବୁଲି ଗୁଲି ଗପ ମାରୁଥିବା ଦେଖିବାକୁ ମିଳୁଛି।ଏମାନଙ୍କ ଉପରେ ହଜାର ହଜାର ପିଲାଙ୍କ ଭବିଷ୍ୟତ ର ଦାୟିତ୍ୱ ଥିବାବେଳେ ବିଦ୍ୟାଳୟ ରେ କାହା ସହିତ କାହାର ତାଳ ମେଳ ସିଧାସଳଖ ଦେଖିବାକୁ ମିଳୁନାହିଁ। ବାକି ରହିଲା ପ୍ରଶାସନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତ କୁ ନେଇ କେତେ ଦିନ ଖେଳିବେ ତାହା ସମୟ ହିଁ କହିବ।