ବନମାଳୀ ବାବୁଙ୍କ ଜୟନ୍ତୀରେ ପବ୍ଲିକ ଲାଇବ୍ରେରୀ ପକ୍ଷରୁ ବକୃତାମାଳା…
ସମ୍ବଲପୁର,ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବନମାଳୀ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଆଜି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ “ଭାରତର ଲୋକ ପରମ୍ପରା ଓ ସଜ୍ଞା – ସମ୍ବଲପୁରୀ ଏକ ଦୃଷ୍ଟାନ୍ତ“ ଶିର୍ଷକ ବକୃତା ମାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଅଦିତ୍ୟ ପ୍ରସାଦ ପାଢୀ ସଭାପିତିତ୍ୱ କରିଥିଲେ । ଉପସଭାପତି ଶଙ୍କର ପ୍ରସାଦ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ସ୍ୱର୍ଗତ ବାବୁଙ୍କ ସ୍ମୃତିଚାରଣ କରି କହିଲେ ଯେ ସେ ଅତ୍ୟନ୍ତ ମେଧାବୀ ଛାତ୍ର ଏବଂ ପରେ ବିଶିଷ୍ଟ ଅଇନଜିବୀ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ହେଲେ ଏହାକୁ ଭୃକ୍ଷେପ ନକରି ସାଧାରଣ ଜୀବନରେ ପ୍ରବେଶ କରି ଶିକ୍ଷାଦ୍ୱାରା ଅଞ୍ଚଳର ଏବଂ ମାନବ ସମ୍ବଳର ବିକାଶ ହେବ ବୋଲି ଦୂରଦୃଷ୍ଟି କରିଥିଲେ ଏଥିପାଇଁ ବନମାଳୀ ବାବୁ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଅନେକ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କଥା ତୁଳନାରେ କାର୍ଯ୍ୟରେ ଓ ସାଲିସ ବିହିନ ସ୍ୱାଭିମାନ ଉପରେ ବିଶ୍ୱାସ କରୁଥିଲେ ଏଣୁ ବନମାଳୀ ବାବୁଙ୍କ ଜୀବନି ଉପରେ ଅଧିକ ଅଧ୍ୟୟନ ଦରକାର । ଯଦ୍ୱାରା ଭବିଷ୍ୟତ ପଢି ସେ ସମୟର ସାମାଜିକ ସ୍ଥିତି, ରାଜନୀତି, ସମାଜସେବା ସମ୍ପର୍କରେ ଜାଣିପାରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ ।
ମୁଖ୍ୟବକ୍ତା ତଥା ଜାମିଆ ମିଲିଆ ଇସ୍ଲାମିୟା, ନୂଆଦୀଲ୍ଲିର ଇଂରାଜୀ ପ୍ରଫେସର ଡ. ସରୋଜ କୁମାର ମହାନନ୍ଦ ସମ୍ବେଦନଶୀଳତା ସମସ୍ତ ଉପାଦାନରୁ ଉଦ୍ଦ୍ୱର୍ରେ ରହି ଏକ ପରିଚୟକୁ ରୂପ ଦେଇଥାଏ ବୋଲି କହିଥିଲେ । ଯାହାକି ଲୋକଧାରାରେ ରହିଛି । ସେ କହିଲେ ଯେ ଲୋକ ସାହିତ୍ୟ, ସଂସ୍କୃତି ଅନ୍ୟ ଲୋକଧାରା ଭଳି ଗୋଟିଏ ଉସ୍ୱର୍ରୁ ପ୍ରବାହିତ ହୋଇଛି । ଉଣବିଂଶ ଶତାବ୍ଦିରେ ଜର୍ମାନୀରେ “ଲୋକଧାରା” ପ୍ରଥମେ ଅଧ୍ୟୟନ ହୋଇଥିଲା । ଯାହାକି ଲୋକଧାରାକୁ ଆନ୍ଦୋଳନର ରୂପ ଦେଇଛି । ଏହାର ଏବଂ ଶାସ୍ତ୍ରୀୟତାର ଉସ୍ୱର୍ ମଧ୍ୟରେ ପ୍ରଭେଦ ନଦେଖି ପ୍ରାକ୍ ଐତିହାସିକ ଯୁଗର ଗଣରାଜ୍ୟକୁ ବିବେଚନା କରାଯାଇପାରେ । ଚର୍ଯ୍ୟାଗିତୀ ଏହାର ଏକ ଦୃଷ୍ଟାନ୍ତ ବିଭିନ୍ନ ସମୟରେ ପ୍ରତ୍ସୋହାନ ହିଁ ଭଷା ସାହିତ୍ୟ ସୃଷ୍ଟିରେ ଭୂମିକା ଗ୍ରହଣ କରିଛି । ଭାରତର ଭଷା ସହିତ ସମ୍ବଲପୁରୀ ଭଳି ଅନେକ ଭାଷା ରହିଛି । ଭାଷା ଏବଂ ସମ୍ବେଦନଶୀଳତା ଏକ ସାଂସ୍କୃତିକ ପରିଚୟର ମୂଳାଧାର ଅଟେ । ହସ୍ତତନ୍ତ୍ର, ପର୍ବ ପର୍ବାଣୀ, ନୃତ୍ୟ, ସଙ୍ଗୀତ ଓ ସମ୍ବଲପୁରୀ ଭାଷାରେ ଭାବାବେଗ ବା ସମ୍ବେଦନଶୀଳତା ରହିଛି । ଲୋକଧାରା ଏବଂ ପରମ୍ପରା ଏକ ଜୀବନ୍ତ ତତ୍ତ୍ୱ । ଏ ଅଞ୍ଚଳରେ ଭାଷା ସାହିତ୍ୟର ଅଧିକ ଗବେଷଣା ପାଇଁ ସମ୍ବଲପୁରୀ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା କରାଗଲେ ନିରନ୍ତରତା ଏବଂ ବିକାଶରେ ସହାୟକ ହେବ ବୋଲି ଡ. ମହାନନ୍ଦ କହିଥିଲେ । ଶେଷରେ ପବ୍ଲିକ ଲାଇବ୍ରେରୀର ସମ୍ପାଦକ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।