ଜିଲ୍ଲା ସ୍ତରିୟ i-RAD ଓ eDAR କାର୍ମଶାଳା ଉଦଘାଟିତ

ପୁରୀ ରିଜର୍ଭ ପୋଲିସ ସମ୍ମିଳଣି କକ୍ଷରେ ତା 10/02/25 ଦିବା 11ଘଟିକା ସମୟରେ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନଙ୍କ ନିମନ୍ତେ , DSP ଟ୍ରାଫିକ ଶ୍ରୀ ଚନ୍ଦନ ଘଡେଇ ଙ୍କ ଅଧକ୍ଷ୍ୟତରେ ଜିଲ୍ଲା ସ୍ତରିୟ i-RAD ଓ eDAR କାର୍ମଶାଳା ଉଦଘାଟିତ ହୋଇ ଯାଇଛି । ଏଥିରେ ଅଧକ୍ଷତା କରି ଶ୍ରୀ ଘଡେଇ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଦୀର୍ଘ 3 ବର୍ଷ ଧରି ପୁରୀ ଜିଲ୍ଲାର ସମସ୍ତ ଥାନା ମାନଙ୍କରେ iRAD ( ଇଣ୍ଟେଗ୍ରାଟେଡ ରୋଡ ଆକ୍ସିଡେଣ୍ଟ ଡେଟାବେସ) ସଫଳତାର ସହ କାର୍ଯ୍ୟକ୍ଷମ ହୋଇ ପାରିଥିବାରୁ ଜିଲ୍ଲାର ସମସ୍ତ ଥାନା ଅଧିଆକାରି ମାନଙ୍କୁ ଶୁଭେଛା ଜଣାଇବା ସହ ଉପଯୁକ୍ତ ବସ୍ୟୟକ ସହାୟତା ପ୍ରଦାନ କରିଥିବା ହେତୁ NIC ପୁରୀ ଜିଲ୍ଲା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ । ବର୍ତମାନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା e-DAR( e-Detailed Accident Report) ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ଏହାର ସଫଳ ରୂପାଯନ ନିମନ୍ତେ ଥାନା ଅଧିକାରୀ ମାନଙ୍କର ସହାୟତା କାମନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ବିଶ୍ଵନାଥ ପଣ୍ଡା ଯୋଗଦାନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, eDAR ପୂର୍ବରୁ କାର୍ଯ୍ୟକ୍ଷମ ଥିବା iRAD ଏକ ସମ୍ପ୍ରସାରିତ ଭର୍ସନ ଓ ଏହି ଜାତୀୟ ସ୍ତରର ସୋଫଟୱାର କୁ ଆମ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକ୍ଷମକରିବା ପାଇଁ ଥାନା ଅଧିକାରୀ ମାନଙ୍କୁ ଉଶ୍ଚାହିତ କରିବା ସହିତ ଏହାର ବାଇଷ୍ୟାୟକ ଦିଗ ଗୁଡିକ ପ୍ରତି ବିଶେଷ ଭାବରେ ଆଲୋକ ପାତ କରିଥିଲେ । ସନ୍ନମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ସୂଚନା ବିଜ୍ଞାନ ଅଧିକାରୀ ଦୁର୍ଗାପ୍ରସାଦ ଜେନା ଯୋଗଦାନ କରିବା ସହିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ବିସ୍ତ୍ରୁତ ତାଲିମ ପ୍ରଦାନ କରିଥିଲେ , ସଞ୍ଜୋଜୋକ ସଶାଙ୍କ ଶେଖର ପଟ୍ଟନାକ ତାଙ୍କୁ ସହଯୋଗିତା ପ୍ରଦାନ କରିଥିଲେ । ଛ’ ଦିନ ଧରିଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାରେ ଅବସ୍ଥାପିତ ଥିବା ସମସ୍ତ ଥାନା ଅଧିକାରୀ ମାନଙ୍କୁ ପର୍ଜ୍ଯାୟ କ୍ରମେ ତାଲିମ ପ୍ରଦାନ କରାଯିବ ପୋଲି ଜିଲ୍ଲା ପୋଲିସ କାର୍ଯ୍ୟଳୟ ତରଫରୁ ସୁଚନା ପ୍ରଦାନ କରାଯାଇଛି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ