ବାଳିକା ଉଚ୍ଚ ବିଦ୍ୟାଳୟ ରୋବଡ଼ି ରେ ବାର୍ଷିକ ଉତ୍ସବ ପାଳିତ

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ଗ୍ରାମ ପଞ୍ଚାୟତର ରୋବାଡି ଗ୍ରାମରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ପ୍ରସାଦ ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ପିଏ ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଲ୍ୟାଣ ବିଭାଗର ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା, ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟା ସୁଜାତା ତୁଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାମେଶ୍ଵର ମାଣ୍ଡାଙ୍ଗି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା | ପ୍ରଧାନ ଶିକ୍ଷକ ଶ୍ରୀ ଶବର ବାର୍ଷିକ ବିବରଣୀ ପାଠ କରିଥିଲେ | ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣି ଦେଇଥାଏ ବୋଲି ଉପସ୍ଥିତ ରହିଥିବା ଅତିଥିଗଣ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ପଙ୍କଜିନି ନାଲା ଦୋରା ଦଶମ ଶ୍ରେଣୀ ଛାତ୍ରୀ ୪୮୦ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବାରୁ ବାର୍ଷିକ ଉତ୍ସବ ରେ ସାଂମ୍ମାନୀତ କରିଥିଲେ ।ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବାରୁ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି ଭାରତୀୟ ମୁଦ୍ରା ପ୍ରଦାନ କରିଥିଲେ ।ବାର୍ଷିକ କ୍ରୀଡାରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତୀ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମାନ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା | ଏହାପରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଏଥିରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନ ଶବର, ପାଲୁପାଇ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶ, ଅମ୍ବାଦଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଶବର, କୈଳାଶପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଘଡେଇ, ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ସାହୁ, ପ୍ରାଥମିକ ବିଦ୍ୟାଳୟ ବାଙ୍କିଲି ପ୍ରଧାନ ଶିକ୍ଷକ ଚନ୍ଦ୍ରଭୂଷଣ ମାଣ୍ଡାଙ୍ଗି,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ସମେତ କଲ୍ୟାଣ ବିଭାଗ ଓ ଶିକ୍ଷା ବିଭାଗର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଓଜ୍ୱସ୍ଵିନୀ ଦାସ, ଦିବ୍ୟା ଦେବାପ୍ରଜ୍ଞା ରାଉତ, କେ ବିଜୟା, ସୋନାଲି ସାହୁ, ସୁଜାତା ଦାଶ, ସୁଭଦ୍ରା ସୁନା, ସରିତା ପାତ୍ର, ସମିତା ମେହେର, ଲକ୍ଷ୍ମୀ କୁମାରୀ କୋଲ୍ଲା ଓ ସୁଷମା ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ସୁଜାତା ସାହୁ ଧନ୍ୟବାଦ ଜଣାଇଥିଲେ |