May 12, 2025

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ 

Share

 

ବୁଗୁଡା : ତା ୧୦/୦୨/୨୫ : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୬ତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ର ସଭାପତି ୟୁ .ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫୁଲ ଚନ୍ଦ୍ର ପାଢୀ , ମୁଖ୍ୟ ବକ୍ତା ଭାବେ ମାତୃପ୍ରେମୀ ରତ୍ନ ମଞ୍ଜରୀ ପାଢୀ , ସମ୍ମାନିତ ଅତିଥି ଭାବେ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଓ ମାତୃପ୍ରେମୀ କିର୍ତ୍ତନ ପ୍ରଧାନ ପ୍ରମୁଖ ଯୋଗ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ର ଅଧ୍ଯକ୍ଷ ହରିହର ମହାରଣା ବାର୍ଷିକ ବିବରଣୀ ପଠନ, ଶିକ୍ଷକ ବାଲ୍ମିକୀ ପାଣି ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବ ପରିଚାଳନାରେ ଶିକ୍ଷାକେନ୍ଦ୍ରର ସମସ୍ତ ଅପାଭାଇ ସକ୍ରିୟ ସହଯୋଗ କରିଥିଲେ।