ଗୁଣୁପୁରରେ ପୁଣି ମାତିଲେ ଚୋର -ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ ବୁଲେଇଲେ କଳାକନା- ସନ୍ଧାନୀ କୁକୁର ସହାୟତା ରେ ପୁଲିସର ତଦନ୍ତ ଆରମ୍ଭ
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ବେଶ କିଛି ମାସର ନୀରବତା ପରେ ଗୁଣୁପୁର ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୌଭାଗ୍ୟ ପତିତ ଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶ୍ରୀ ପତିତ କୌଣସି କାର୍ଯ୍ୟ ରେ ଘରେ ଚାବି ପକେଇ ଗୁଡାରି ଯାଇଥିଲେ । ଆଜି ଭୋର ସମୟରେ ଶ୍ରୀ ପତିତ ଙ୍କ ପୁଅ ଘରକୁ ଫେରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଅଧ ଭରି ସୁନା,୬ ଭରି ରୂପା,୧୭,୦୦୦ ଟଙ୍କା ଓ ମଟର ସାଇକେଲ ଚୋରି ହୋଇଥିବା ସୂଚନା ମିଳିଛି । ଗୁଣୁପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାର ରେ ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଛି । ମଧ୍ୟାହ୍ନରେ ସନ୍ଧାନୀ କୁକୁର ଓ ସିସିଟିଭି ଫୁଟେଜ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ଦିନ ଧରି ରାୟଗଡା ସହରରେ ବ୍ୟାପକ ଚୋରି, ଡକାୟତି, ଲୁଟ ଓ ମଦ୍ୟପ ଙ୍କ ଉତ୍ପାତ ଜାରୀ ରହିଥିବା ବେଳେ ଏବେ ଗୁଣୁପୁର ରେ ଏଭଳି ଘଟଣା ସାଧାରଣ ଲୋକଙ୍କୁ ବେଶ ଚିନ୍ତାରେ ପକେଇଛି । ଏଭଳି ଅସାମାଜିକ କାର୍ଯ୍ୟ କୁ ନିୟନ୍ତ୍ରଣ କରିବା ପାଇଁ ଗୁଣୁପୁର ପୁଲିସ କି ପଦକ୍ଷେପ ନେଉଛି ଦେଖିବାକୁ ରହିଛି ।