April 28, 2026

ଶ୍ରୀ ଭୀମଶଙ୍କର ମହାଦେବ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ମହୋତ୍ସବ

IMG-20230210-WA0008
Share

ଗଞ୍ଜାମ :=ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ନିକଟରେ ଅବସ୍ତିତ ଅଗସ୍ତି ନୁଆଁଗାଁ ଓଡିଶା ସ୍ୱତନ୍ତ୍ର ସ୍ୱତନ୍ତ୍ର ଆରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ ପରିସରରେ ଶ୍ରୀ ଭୀମଶଙ୍କର ମହାଦେବ ଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଗତ ସୋମବାର ଠାରୁ 4ଦିନ ବ୍ୟାପି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ସୋମବାର ଜଳଯାତ୍ରା, ଅଙ୍କୁରା ରୋପଣ, ଦୀକ୍ଷା ଗ୍ରହଣ,ମଙ୍ଗଳବାର ଦେବକର୍ମ ଆରମ୍ଭ,ବ୍ରାହ୍ମଣ ବରଣ ସୂର୍ଯ୍ୟପୂଜା,ଶାଲା ସଂସ୍କାର, ଶୈବାଗ୍ନି ସ୍ଥାପନ,ଦେବତା ଧନ୍ୟାଧିବାସ,ବୁଧବାର ଅଷ୍ଟ ପ୍ରହର ନାମଯଜ୍ଞ,ଅନ୍ନ ଯଜ୍ଞ, ଦେବତା ଶୟନ,ଜୀବନ୍ୟାସ,ଏବଂ ଗୁରବାର ଦେବତା ସିଂହାସନ ଆରୋହଣ,ନଗର ପରିକ୍ରମା,ଅନ୍ନଯଜ୍ଞ, ପୂର୍ଣ୍ଣାହୂତି, ଦଧିଭାଣ୍ଡ ଭଞ୍ଜନ ଓ ନଗରକିର୍ତ୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

ଉକ୍ତ କାର୍ଯ୍ୟକ୍ରମରେ ବାଟାଲିୟନ ଦୁର୍ଗପତି ସୂର୍ଯ୍ୟନାରାୟଣ ମଲିକ ଙ୍କ ସହ ସମସ୍ତ ଅଫିସର ଓ ନିମନ୍ତ୍ରିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ l ବାଟାଲିୟନ ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ଙ୍କ ସହ ସମସ୍ତ ସଙ୍ଘ କର୍ମକର୍ତ୍ତା ଓ କର୍ମଚାରୀ ମାନେ ଉକ୍ତ ଦେବକାର୍ଯ୍ୟ ସୁପରିଚାଳନାରେ ରେ ସହଯୋଗ କରିଥିଲେ l ବାଟାଲିୟନ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l