ମହାଡ଼ମ୍ବରରେ ଉଦଯାପିତ ହେଲା କିନ୍ନର ସଂଘର ମୁର୍ଗୀମାତା ପୂଜା

ପୁରୀଜିଲ୍ଲା କିନ୍ନର ସଂଘ ପକ୍ଷରୁ ଦୁଇଦିନ ଧରି ମହାଡ଼ମ୍ବରରେ ମୁର୍ଗୀମାତା ପୂଜା ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ପୁରୀଜିଲ୍ଲା କିନ୍ନର ସଂଘର ଗୁରୁମା ଦେବକୀମାଙ୍କ ଅଧକ୍ଷତାରେ ସଭାନେତ୍ରୀ ପ୍ରିୟାଂଶି ଦାସଙ୍କ ତତ୍ୱାବଧାନ ରେ ରାଜ୍ୟର ଶତାଧିକ କିନ୍ନର ନରେନ୍ଦ୍ର ପୁଷ୍କରିଣୀରୁ କଳସ ଶୋଭାଯାତ୍ରା ରେ ବାହାରି ବଡଦାଣ୍ଡ ରେ ଥିବା ରାଣୀସତୀ ଭବନରେ ପହଞ୍ଚି ମୁର୍ଗୀମାତାଙ୍କ ପୂଜା ପାଳନ କରିଥିଲେ l ଦ୍ଵିତୀୟ ଦିନରେ କମ୍ବଳ ବାଣ୍ଟିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ମାଗଣା ପ୍ରସାଦ ବଣ୍ଟନ କରି ସନ୍ଧ୍ୟାରେ ମୁର୍ଗୀମାତାଙ୍କ ପ୍ରତିମୂର୍ତ୍ତି କୁ ବଡଦାଣ୍ଡ ରେ ମହାଡ଼ମ୍ବରରେ ବାଦ୍ୟଯନ୍ତ୍ରର ତାଳେତାଳେ ନୃତ୍ୟ କରି ନୂଆନଇରେ ବିସର୍ଜନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
