କଲ୍ୟାଣ ରେ ରହିଗଲା କଲ୍ୟାଣ ମଣ୍ଡପ
କୋଲନରା:( ସଞ୍ଜୀବ କଣ୍ଡାଗରୀ ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୨୦୨୨ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା କିନ୍ତୁ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ବି କଲ୍ୟାଣ ମଣ୍ଡପ ନିର୍ମାଣ ହେଲା ନାହିଁ | ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି | ଯେଉଁ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି, ରେଖାପଦର ଗାଁ ଠାରୁ ପାଖାପାଖି ଏକ କିଲୋମିଟର ଦୂର ହେବ | ସେଠାରେ ଫାଉଣ୍ଡେସନ ପାଇଁ କେବଳ ଗାତ ଖୋଳି ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି |ସେହି ଗାତରେ ଗୃହ ପାଳିତ ପଶୁ ମାନେ ଚରିବାକୁ ବାକୁ ଯାଇ ମରଣ ମୁହଁକୁ ଠେଲି ହୋଇ ଛେଳି ଛୁଆଙ୍କୁ ଗୋଡ଼ ଭାଙ୍ଗି ଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ତତ୍କାଳୀନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ କର କମଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜାନୁଆରି ୪ ତାରିଖ ୨୦୨୨ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | କିନ୍ତୁ ଭିତ୍ତି ପ୍ରସ୍ତର ସ୍ଥାପନର ଦୁଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ହୋଇପାରି ନାହିଁ | ଯଦ୍ବାରା ସ୍ଥାନୀୟ ପଞ୍ଚାୟତବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯେଉଁ ସ୍ଥାନ ଚିହ୍ନଟ କରାଯାଇଛି ତାହା ଗାଁ ଠାରୁ ପାଖାପାଖି ଏକ କିଲୋମିଟର ଦୂରତାରେ | ଯଦିବା କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ତାହେଲେ ପାଖାପାଖି ଏକ କିଲୋମିଟର ଦୂର ଯାଇ କୌଣସି ବୈଠକ କିମ୍ବା ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ କରିବା ଅସମ୍ଭବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ଯଦି ରେଖାପଦର ଗ୍ରାମ ଠାରେ ଯଦି କଲ୍ୟାଣ ମଣ୍ଡପ ନିର୍ମାଣ ହୁଅନ୍ତା ତାହେଲେ ଲୋକଙ୍କ ବହୁ ଆବଶ୍ୟକୀୟ ସମୟରେ କାମରେ ଆସିଥାନ୍ତା ବୋଲି କୁହାଯାଇଛି | କଲ୍ୟାଣ ମଣ୍ଡପ ନ ଥିବା ହେତୁ ଗ୍ରାମରେ ବିବାହ, ବ୍ରତ, ଦଶାହ ସହ ଅନ୍ୟ ମାଙ୍ଗଳିକ କାର୍ଯ୍ୟରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି | ବିଶେଷ କରି ବର୍ଷା ଦିନେ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସ୍ଥାନ ଅଭାବରୁ ସମସ୍ୟା ଦେଖା ଯାଉଥିବା ଲୋକେ କହିଛନ୍ତି | ସେହିପରି କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ପଞ୍ଚାୟତ ବାସୀ ବେଶ୍ ଉପକୃତ ହେବା ସହ ପଞ୍ଚାୟତର ରୋଜଗାର ହୋଇ ପାରିଥାନ୍ତା | ତେଣୁ ଏଭଳି ସ୍ଥିତିରେ ରେଖାପଦର ଗ୍ରାମରେ ଜାଗା ଚିହ୍ନଟ କରି କଲ୍ୟାଣ ମଣ୍ଡପ ନିର୍ମାଣ କରିବା ଦିଗରେ ତୁରନ୍ତ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ରେଖାପଦର ପଞ୍ଚାୟତ ବାସୀ ଦାବି କରିଛନ୍ତି |