January 10, 2025

ଗ୍ରାମ ଦେବୀଙ୍କ ମନ୍ଦିରକୁ ଯିବାକୁ ବ୍ରିଜ ଓ ରାସ୍ତା ନିର୍ମାଣ ଦାବି।

Share

 

କୋଲନରା: ( ସଞ୍ଜୀବ କଣ୍ଡାଗରୀ ) କୋଲନରା ଗାଁର ଗ୍ରାମ ଦେବୀ ମା ମୁତ୍ୟୁଆଲୁମା ଙ୍କ ମନ୍ଦିରକୁ ଯିବାକୁ ହେଲେ ଗାଁ ଲୋକଙ୍କୁ ସବୁ ବେଳେ କୋଲନରା ନାଳ ପାଣି ଭିତରେ ପଶି ଯିବାକୁ ହେଉଛି। ଏହି ଚିରସ୍ରୋତା ନାଳ ଉପରେ ଏକ ଛୋଟ ବ୍ରିଜ ଟିଏ ନିର୍ମାଣ କରିବା ସହିତ ମନ୍ଦିରକୁ ନିତିଦିନିଆ ରାସ୍ତା ଓ ନିକଟରେ ଥିବା ସରକାରୀ ଜମିରେ ସୁନ୍ଦର ଗ୍ରାମୀଣ ପାର୍କ ସହିତ ଛୋଟ ପିଲାଙ୍କ ଖେଳିବା ବ୍ୟବସ୍ଥା ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗ ରେ ପ୍ରୟାସ କରାଗଲେ ଏଠାରେ ଥିବା ସରକାରୀ ଜମିରେ ପାର୍କ ନିର୍ମାଣ ସହିତ ବିଭିନ୍ନ ସମୟ ରେ ହେଉଥିବା ଗାଁର ପର୍ବ ପର୍ବାଣୀ ଏଠାରେହିଁ କରିବା ନିମନ୍ତେ ପର୍ଯ୍ୟାପ୍ତ ଜମିକୁ ବ୍ୟବହାର ଯୋଗ୍ୟ କରାଯାଇ ପାରିବ ଓ ଗାଁ ଲୋକଙ୍କ କାର୍ଯ୍ୟରେ ଲାଗି ପାରିବ ବୋଲି ଲୋକେ କହିଛନ୍ତି । ଗାଁର ଗ୍ରାମ ଦେବୀ ମା’ ମୁତ୍ୟୁଆଲୁମା ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ହାରାହାରି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଫେବୃଆରୀ ମାସରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯିବାକୁ ସ୍ଥିର କରା ଯାଉଛି। ତେବେ ମାଙ୍କ ମନ୍ଦିରକୁ ଗାଁ ଲୋକେ ସବୁବେଳେ ଯିବାକୁ ହେଲେ ନାଳ ଭିତରେ ପାଣିରେ ପଶି ଯାଇଥାନ୍ତି। ସବୁଦିନ ଏହି ସମସ୍ୟା ରହିଥିବାରୁ ପ୍ରଶାସନ ପକ୍ଷରୁ ଏହି ନାଳ ଉପରେ ଧବଳେଶ୍ବର ମନ୍ଦିର ତୁଠ ନିକଟରେ ଏକ ଛୋଟ ବ୍ରିଜ ନିର୍ମାଣ ହେଲେ ଗାଁ ଲୋକେ ସବୁଦିନ ସୁବିଧାରେ ଯାଇଆସି ପାରନ୍ତେ ବୋଲି କହିଛନ୍ତି। ଏହି ମନ୍ଦିର ଆଖ ପାଖରେ ଥିବା ସରକାରୀ ଜମିରେ ସୁନ୍ଦର ଗ୍ରାମୀଣ ପାର୍କ ନିର୍ମାଣ ସହିତ ଏଠାରେ ଆଲୋକୀକରଣ ଓ ଛୋଟ ପିଲାଙ୍କ ଖେଳିବା ଉପକରଣ ସ୍ଥାପନ କରାଗଲେ ଗାଁ ଲୋକେ ଲୋକେ ସକାଳ ଓ ସଂଧ୍ୟାରେ ଭ୍ରମଣ କରିବା ପାଇଁ ସୁବିଧା ହେବ ବୋଲି କହିଛନ୍ତି। ସେହିପରି ବିଭିନ୍ନ ସମୟରେ ଗାଁରେ ହେଉଥିବା ପର୍ବ, ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଏଠାରେ ଥିବା ସରକାରୀ ଜମିକୁ ଉନ୍ନତିକରଣ କରାଯାଇ ବ୍ୟବହାର ଯୋଗ୍ୟ କରାଗଲେ ଏହା କୋଲନରା ଗାଁର ଲାଇଫ ଲାଇନ ହୋଇ ପାରିବ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ମାନେ। ଏଠାରେ ଛୋଟ ବ୍ରିଜ ଟିଏ ହେଲେ ଗ୍ରାମୀଣ ବିକାଶ ହେବା ସହିତ ସଦରରେ ଥିବା ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ମନ୍ଦିର, ଶ୍ରୀ ଧବଳେଶ୍ବର ମନ୍ଦିର ଓ ସତ୍ୟସାଇ ବାବାଙ୍କ ମନ୍ଦିର ସହିତ ନାଳ ଆରପାରିରେ ରହିଥିବା ଗ୍ରାମ ଦେବୀଙ୍କ ମନ୍ଦିର ସହିତ ସିଧା ସଳଖ ଗୋଟିଏ ରାସ୍ତାରେ ଗାଁ ସହ ସଂଯୋଗୀ କରଣ ହୋଇଯିବ ବୋଲି କୁହାଯାଉଛି। ଯାହାଦ୍ୱାରା ଆଗାମୀ ଦିନରେ ଏହି ଅଞ୍ଚଳ ଚଳ ଚଞ୍ଚଳ ହୋଇଉଠିବା ସହିତ ପରିଭ୍ରମଣ ଓ ଦର୍ଶନୀୟ ସ୍ଥାନରେ ପରିଣତ ହେବ ବୋଲି ଗାଁଲୋକେ ଆଶା ପ୍ରକାଶ କରିଛନ୍ତି।