ଓକିଲଙ୍କ ଅକାଳ ବିୟୋଗରେ ଶୋକ
ବୁଗୁଡା : ତା ୦୯/୧୨/୨୫ : ସ୍ଥାନୀୟ ଓକିଲ ସଂଘର ସଦସ୍ୟ ପ୍ରକାଶ ଚନ୍ଦ୍ର ଭୂୟାଁ(୫୭)ଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଆଜି ଅପରାହ୍ନରେ ସେ କୋର୍ଟ ପରିସରରେ କାର୍ଯ୍ଯରତ ଥିବାବେଳେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ଯୁରେ ଓକିଲ ମହଲ ସମେତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
