January 7, 2025

ଥ୍ରୋ ବଲ୍ ପ୍ରତିଯୋଗିତା ରେ ବାଜି ମାରିନେଲା ପୁରୀ, ପୁରୁଷ ଓ ମହିଳା ବିଭାଗ ଚମ୍ପିୟାନ ହେଲା ପୁରୀ ..

Share

 

 

ଝାଡେଶ୍ୱରି କ୍ଳବ୍ ରେ ଅନୁଷ୍ଠିତ ହେଉଥିବା ୩୨ ତମ ରାଜ୍ୟ ସ୍ତରୀୟ ଥ୍ରୋ ବଲ୍ ଚମ୍ପିଆନ୍ ଶିପ ର ଆଜି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅଥିତି ଭାବରେ ପୁରୀ ର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଡାଇରେକ୍ଟର ଅଫ୍ ସ୍ପୋର୍ଟସ ହରେଶ ମିଶ୍ର, ଜିଲ୍ଲା ସ୍ପୋର୍ଟସ ଅଧିକାରୀ ଚନ୍ଦନ କୁମାର ସାହୁ , ମଞ୍ଜୁଲତା ବରାଳ ,ପୁରୀ ଜିଲ୍ଲା ବିଜେପି ସଭାପତି ମନୋଜ୍ କୁମାର ବିଶୋଇ,କ୍ରୀଡା ସଂଗଠକ କୃଷ୍ଣ ଚନ୍ଦ୍ର ପଣ୍ଡା,କ୍ରୀଡା ସମୀକ୍ଷକ କୃଷ୍ଣ ଚନ୍ଦ୍ର ଦାସ, ଓଡ଼ିଶା ଥ୍ରୋବଲ୍ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ଓଡ଼ିଶା ଥ୍ରୋବଲ୍ ଉପସଭାପତି ମଧୁସୂଦନ ମିଶ୍ର ,ପୁରୀ ଜିଲ୍ଲା ଥ୍ରୋବଲ୍ ସମ୍ପାଦକ ଦୀପ୍ତିରଞ୍ଜନ ସାମନ୍ତରାୟ, ଝାଡେଶ୍ୱରି କ୍ଲବ୍ ସମ୍ପାଦକ ପାର୍ଥ ସାରଥି ମହାପାତ୍ର ଓ ସିତେନ୍ଦ୍ର ନାଥ ଦାସ ପ୍ରଭୁତି ଯୋଗଦେଇଥିଲେ ।୨୦ ଟି ବାଳକ ଦଳ ଓ ୧୫ ଟି ବାଳିକା ଦଳ ସର୍ବମୋଟ୍ ୫୦୦ ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବାଳକ ଦଳରେ ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜଟଣୀ ଜିଲ୍ଲା ର ଖେଳାଳି ମାନେ ଫାଇନାଲ କୁ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍ ରେ ପୁରୀ ଜିଲ୍ଲା ର ଖେଳାଳି ମାନେ ଜଟଣୀ ଟିମ୍ ର ଖେଳାଳି ମାନଙ୍କୁ ହରାଇ ଚମ୍ପିୟାନ ହୋଇଛନ୍ତି। ଯାଜପୁର ଜିଲ୍ଲା ର ଖେଳାଳି ମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳିକା ବିଭାଗ ରେ ପୁରୀ ଜିଲ୍ଲା ଓ ଢେ଼ଙ୍କାନାଳ ଜିଲ୍ଲା ଫାଇନାଲ କୁ ପ୍ରବେଶ କରିଥିଲେ ।ଫାଇନାଲ ମ୍ୟାଚ୍ ରେ ୧୫-୦୮ ପଏଣ୍ଟ ରେ ପୁରୀ ଜିଲ୍ଲା ର ଖେଳାଳି ଢେଙ୍କାନାଳ ଜିଲ୍ଲାର ଖେଳାଳିଙ୍କୁ କୁ ହରାଇ ଚମ୍ପିୟାନ ହୋଇଛନ୍ତି । ଢେ଼ଙ୍କାନାଳ ଜିଲ୍ଲାର ଖେଳାଳି ରନର୍ସ ଅପ୍ ହୋଇଛନ୍ତି ।ପୁରୀ ରୁରାଲ ଯାଜପୁର ଜିଲ୍ଲା କୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ୫୦୦ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଆଗାମୀ ଫେବୃଆରୀ ମାସରେ ହେବାକୁ ଯାଉଥିବା ୪୬ ତମ ଜାତୀୟ ଥ୍ରୋବଲ୍ ଚାମ୍ପିଅନସିପ ରେ ୨୮ ଜଣିଆ ଦଳ ସାମିଲ ହେବା ପାଇଁ ୬୦ ଜଣ ପିଲା ଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ରେ ଏହି ୬୦ ଜଣ ପିଲା ଙ୍କୁ ନେଇ ସରକାରି ପ୍ରୋତ୍ସାହନ କ୍ରମେ ପୁରୀଠାରେ ମ୍ୟାଟ୍ ଉପରେ ଏକ କ୍ୟାମ୍ପ ର ଆୟୋଜନ କରାଯିବ ବୋଲି ମୁଖ୍ୟ ଅତିଥି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଜେତା ଦଳ ର ଖେଳାଳି ମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ଅର୍ଥ ରାଶି ପୁରସ୍କାର ହିସାବରେ ବିତରଣ କରା ଯାଇଛି ।ଦୀର୍ଘ ୩ ଦିନ ଧରି ଏହି ମ୍ୟାଚ୍ ରେ ଅଫିସିଆଲ୍ ହିସାବରେ କାର୍ଯ୍ୟରତ ନ୍ୟାସନାଲ ରେଫ୍ରୀ ଯଶୋବନ୍ତ ପରମ ଗୁରୁ, ଏସ କେ ରେହ୍ମନ, ଚିରଞ୍ଜିବି ମହାନ୍ତି , କଲ୍ପନା ମହାରଣା , ଏ ସ୍ ଜଗା ରେଡ୍ଡୀ ଙ୍କ ସହିତ ଅନ୍ୟ ଅଫିସିଆଲ୍ ମାନଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଛି। ଏଥି ସହିତ ଆଗାମୀ ଦିନ ରେ ଖେଳର ପ୍ରଚାର ପ୍ରସାର କିଭଳି ଭାବରେ କରାଯିବ ଏଥିପ୍ରତି ମୁଖ୍ୟ ଅତିଥି ଦୃଷ୍ଟିନିକ୍ଷେପ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସର୍ବଶେଷ ରେ ପୁରୀ ଜିଲ୍ଲା ମହିଳା ଦଳର କୋଚ୍ ସୁଧାସିନ୍ଧୁ ସାହୁ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ଏହି ୩୨ ତମ ରାଜ୍ୟ ଥ୍ରୋ ବଲ୍ ଚମ୍ପିୟାନ ସିପ ର ଉଦଯାପନୀ ଉତ୍ସବ ସମାପନ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l