ଗୋପ କଲେଜ ର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ କତ୍ତୃପକ୍ଷ l ( ଶ୍ରେଣୀ ଗୃହ ନିର୍ମାଣ ରେ ବିଳମ୍ବ ଯୋଗୁଁ ପରୀକ୍ଷା ଦେବେ କେଉଁଠି ?
ଗୋପ :- ବିଗତ କିଛି ବର୍ଷଧରି ପୁରୀ ଜିଲ୍ଲାର ଗୋପ ବ୍ଲକ ରେ ଥିବା ଅଧିକାଂଶ ଶିକ୍ଷାନୁଷ୍ଠାନ ଗୁଡିକ ରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବା ସତ୍ତ୍ୱେ ସ୍ଥାନୀୟ ବିଧାୟିକା ଙ୍କ ଠାରୁ ବିଭାଗୀୟ ଅଧିକାରୀଙ୍କ ଚିନ୍ତା ନାହିଁ l ଗୋପ ମହାବିଦ୍ୟାଳୟ ସ୍ଥାପିତ ହେଲାଣି 1978 ମସିହାରୁ ସତ କିନ୍ତୁ ଉକ୍ତ ମହାବିଦ୍ୟାଳୟ ସହିତ ସ୍ଥାପିତ ହୋଇଥିବା ଅନ୍ୟ ମହାବିଦ୍ୟାଳୟ ତୁଳନାରେ ଗୋପ ମହାବିଦ୍ୟାଳୟ ର ଉର୍ନ୍ନତି ହୋଇନାହିଁ l ଏଠାରେ ଛାତ୍ର ସାଂସଦ ନିର୍ବାଚନ ପ୍ରାୟ 8 ବର୍ଷ ରୁ ଉର୍ଦ୍ଧ ହେଵ ସ୍ଥଗିତ ଥିବାରୁ ଛାତ୍ରୀ ଛାତ୍ର ଙ୍କ ସମସ୍ୟା ପ୍ରତି ମହାବିଦ୍ୟାଳୟ ର କତ୍ତୃପକ୍ଷମାନେ ଅଣଦେଖା କରୁଛନ୍ତି ବୋଲି ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଶୁଣିବାକୁ ମିଳୁଛି l ଉକ୍ତ ମହାବିଦ୍ୟାଳୟ ରେ ନିର୍ଦ୍ଧିଷ୍ଟ କେତେଜଣ ପୁରାତନ ଅଧ୍ୟାପକ ଦୀର୍ଘ ବର୍ଷ ହେଵ ଗୋଟିଏ ସ୍ଥାନରେ ରହି ରାଜନୀତି ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବାର ସଙ୍ଗିନୀ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି l ପୁରୁଣା ବିଲିଡିଙ୍ଗ ଉପରେ ନୂତନ ଭାବେ ଦୁଇ ମହଲା ଗୃହ ନିର୍ମାଣ କରିବା କେତେଦୂର ଯଥାର୍ଥ ? ଏହା ଆଗାମୀ ଭବିଷ୍ୟତରେ ମହାବିଦ୍ୟାଳୟ ରେ ଅଧୟନ କ୍ଷେତ୍ରରେ ବିପଦ ସୃଷ୍ଟି ହୋଇପାରେ ବୋଲି ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି l ଉକ୍ତ ମହାବିଦ୍ୟାଳୟ ରେ ହେଉଥିବା କାର୍ଯ୍ୟ ର ଆବଧି ଯଦିଓ ସମ୍ପୂର୍ଣ୍ଣ ହେଲାଣି କିନ୍ତୁ ଠିକାଦାର ଙ୍କ ପକ୍ଷରୁ କାହିଁକି ବିଳମ୍ବ ହେଉଛି ତାହା ମୁଣ୍ଡବିନ୍ଧା ର କାରଣ ପାଲଟିଛି ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ଏବଂ ମହାବିଦ୍ୟାଳୟ ର କତୃପକ୍ଷ ଙ୍କ ର , କାରଣ ଆଗକୁ ଯେହେତୁ ଯୁକ୍ତଦୁଇ ପରୀକ୍ଷା ଥିବାରୁ ସମସ୍ତେ ଚିନ୍ତାରେ ପଡିଛନ୍ତି l ଏ ସଂମ୍ପର୍କ ରେ ଆମ ପ୍ରତିନିଧି ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ଙ୍କ ସହିତ ଯୋଗାଯୋଗ କରି ଜାଣିବାକୁ ପାଇଲେ ଯେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ଏବଂ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଚିଠି ଦ୍ଵାରା ସୂଚିତ କରିଛନ୍ତି ଗୃହ କାର୍ଯ୍ୟ ଶୀଘ୍ର ସାରିବାକୁ l ଏଠାରେ ପୂର୍ବରୁ ପଡୁଥିବା ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଅପେକ୍ଷା ବର୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଯୁକ୍ତତିନି ପାଇଁ ବିଜ୍ଞାନ ଖୋଲିବା ପରେ ଶ୍ରେଣୀ ଗୃହର ଆବଶ୍ୟକତା ଅଧିକ ରହୁଛି । ନିଜସ୍ୱ ଖେଳ ପଡିଆ ଟିଏ ନାହିଁ ବୟଜ କମନ ରୁମ ନାହିଁ ସାଇକେଲ ଷ୍ଟାଣ୍ଡ ନାହିଁ, ବିଜ୍ଞାନ ବିଭାଗ ରେ ଆବଶ୍ୟକୀୟ ଅନୁଯାୟୀ ବିଜ୍ଞାନଗାର ଓ ଅନୁସାଙ୍ଗିକ ଯନ୍ତ୍ରାଂଶ ନାହିଁ l ଏ ସବୁ ର ସମସ୍ୟା କୁ ଆଖି ଆଗରେ ରଖି ତତ୍କାଳୀନ ସରକାରଙ୍କ ସମୟରେ ନୂତନ ଗୃହ ନିର୍ମାଣ ନିମନ୍ତେ ୨୭ ଲକ୍ଷ ୭୫ ହଜାର ଟଙ୍କା ଯୋଗଇ ଦିଅଯାଇଥିଲା। ଟଙ୍କା ଆସିବା ପରେ ବୃକ୍ ପ୍ରଶାସନ ପକ୍ଷରୁ ଟେଣ୍ଡର ପାଇଁ ୨୦୨୩ ଡିସେମ୍ବର ୫ରେ ଲଟେରି ମଧ୍ୟ ହୋଇଥିଲା। ଠିକାଦାର ଉର୍ମିଳା ସାହୁ ଟେଣ୍ଡର ମଧ୍ୟ ପାଇଥିଲେ। ଏହାପରେ ବୃକ୍ ପ୍ରଶାସନ ପକ୍ଷରୁ ୨୦୨୩ ଡିସେମ୍ବର ୨୩ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ ମହାବିଦ୍ୟାଳୟ ର ଉର୍ନୟନ ମୂଳକ କାର୍ଯ୍ୟ ପାଇଁ ବର୍ତମାନ ସୁଦ୍ଧା ପ୍ରାୟ 3 କୋଟି ଟଙ୍କାର ବ୍ୟୟ ବରଦା ହୋଇଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ କଣ ପାଇଁ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ଆଉ ତାହା ସମୟ ସୀମା ଭିତରେ କାର୍ଯ୍ୟ ସାରିବା ପାଇଁ ଅଧ୍ୟକ୍ଷା ଙ୍କ ପକ୍ଷରୁ ଆର ଡ଼ି ଓ ଗୋପ ବିଡ଼ିଓ ଙ୍କୁ ପତ୍ର ଦ୍ଵାରା ସୂଚିତ କରାଯାଇଛି ବୋଲି ଅଧ୍ୟକ୍ଷା କହିଛନ୍ତି l ଏ ସମ୍ପର୍କ ରେ ଗୋପ ବ୍ଲକର ବିଓଡ଼ ଛବିରାଣୀ ସାହୁ ଙ୍କ ସହିତ ଆମ ପ୍ରତିନିଧି ଫୋନ ଦ୍ଵାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଡ଼ିଓ ଫୋନ ଉଠାଇନଥିଲେ l ଅପର ପକ୍ଷରେ କାର୍ଯ୍ୟ ରେ ବିଳମ୍ବ ହେବାର ମୁଖ୍ୟ କାରଣ ଟି ହେଉଛି ଅର୍ଥ ସଠିକ ସମୟରେ ମିଳୁନଥିବା ହେତୁ ଠିକାଦାର କାର୍ଯ୍ୟ ରେ ବିଳମ୍ବ କରୁଛନ୍ତି ବୋଲି ଠିକାଦାର କହିବା କଥା l ଏହା କେତେଦୂର ସତ୍ୟ ତାହା ତଦନ୍ତ ସାପକ୍ଷ l ଆଗାମୀ ପରୀକ୍ଷା ପୂର୍ବରୁ ଯଦି ଶ୍ରେଣୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ନ ହୁଏ ତେବେ ଛାତ୍ର ଛାତ୍ରୀଙ୍କ ପକ୍ଷ ରୁ ଗୋପ କୋଣାର୍କ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ପୁରାତନ ଛାତ୍ରନେତା ମଦନ ମୋହନ ହାଜରା ଓ ଚନ୍ଦ୍ରକାନ୍ତ ସାହୁ ଯୋଗେନ୍ଦ୍ର ବେହେରା ପ୍ରମୁଖ ଛାତ୍ର ନେତା ଚେତାବନୀ ଦେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l