ପୁରୀ ଫଟୋ ଓ ଭିଡିଓ ଟ୍ରେଡର୍ସ ସଂଘ ପକ୍ଷରୁ ୪୧ୟୁନିଟ ରକ୍ତ ସଂଗ୍ରହ ..
ପୁରୀ ଫଟୋ ଓ ଭିଡ଼ିଓ ଟ୍ରେଡର୍ସ ସଂଘର ୧୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ଆଜି ମଧ୍ୟ ସଂଘର ମହତ୍ କର୍ମ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିର କୁ ସଂଘର ଉପସଭାପତି ସୁଦୀପ୍ତ କୁମାର ମିଶ୍ର, ସଂପାଦକ ଦେବେନ୍ଦ୍ର କୁମାର ନନ୍ଦ, ସହସଂପାଦକ କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ ବିଶ୍ବରଂଜନ ମହାନ୍ତି, କୋଷାଧ୍ୟକ୍ଷ ରଞ୍ଜନ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ ଓ ପରାମର୍ଶଦାତା ରଞ୍ଜନ କୁମାର ଦାସ, ରଞ୍ଜିତ କୁମାର ପଟ୍ଟନାୟକ, ଅମୀୟ ରଞ୍ଜନ ପଣ୍ଡା, ନୀଳକଣ୍ଠ ସାହୁ, ଉମାଶଙ୍କର ଲେଙ୍କା, ରଞ୍ଜନ କୁମାର ଦାସ, ବିଷ୍ଣୁ ପ୍ରସାଦ ପ୍ରଧାନ ଆଦି ଶିବିର କୁ ସଫଳ କରିବା ରେ ସାହାଯ୍ୟ ଓ ସହଯୋଗ କରିଥିଲେ। ସଂଘର ସମସ୍ତ ସଭ୍ୟ ଏହି ମହତ୍ କର୍ମ କୁ ସମର୍ଥନ କରିବା ସହ ନିଜ ନିଜ ର ଏକ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ। ସଂଘ ଦ୍ବାରା ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ସମୁଦାୟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସର୍ବ ଶେଷରେ ସଂଘର ସଭାପତି ରବି ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ର ସଫଳତା ପାଇଁ ସଂଘର ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କ ର ନିରୋଗ କାମନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
