March 10, 2026

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୋଲଗଡ଼ ତରଫରୁ ଯୁବ ସମ୍ମିଳନୀ ଅନୁଷ୍ଠିତ..

IMG-20251109-WA0042
Share

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୋଲଗଡ଼ ତରଫରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଯୁବ ସମ୍ମିଳନୀରେ ବୋଲଗଡ଼, ବେଗୁନିଆ, ରଣପୁର, ଧଳାପଥର ଓ ବାଙ୍କୀ ପ୍ରଭୁତି ୫ଟି ଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂ ସେବକ ଯୁବକମାନେ ଯୋଗ ଦେଇଥିଲେ l ବୋଲଗଡ ମଣ୍ଡଳ ପ୍ରମୁଖ ରମେଶ ଚନ୍ଦ୍ର ସାହୁ ମଞ୍ଚ କାର୍ଯ୍ୟ ସଞ୍ଚାଳନ କରିଥଲେ ଓ ବୋଲଗଡ଼ ଖଣ୍ଡ କାର୍ଯ୍ୟବାହୀ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥଲେ l ମୁଖ୍ୟ ଅତିଥିଭାବେ ଡକ୍ଟର ଗଣେଶ୍ୱର ସ୍ୱାଇଁ ସନାତନ ଧର୍ମ ଓ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଦର୍ଶନ ଉପରେ ବହୁତ ଉପାଦେୟ ପ୍ରସଙ୍ଗ ରଖିଥିଲେ। ଖୋର୍ଦ୍ଧା ଜିଲ୍ଲା ସହକlର୍ଯ୍ୟ ନିର୍ବାହୀ କାର୍ତ୍ତିକେଶ୍ୱର ମହାପାତ୍ର ଯୁବ ସମ୍ମିଳନୀର ଉଦେଶ୍ୟ ଜ୍ଞାପନ କରିଥିଲେ ଓ ଦେଶ ମାତୃକାର ସେବା ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ l ଡକ୍ଟର ଶିବ ପ୍ରସାଦ ତ୍ରିପାଠୀ,ଭାରତୀୟ ଉପନିଷଦ, ପୌରାଣିକ ଉପାଖ୍ୟାନ ଓ ପ୍ରାଚୀନ ବିଜ୍ଞାନ ଉପରେ ପ୍ରୋଜେକ୍ଟର ମାଧ୍ୟମରେ ବିସ୍ତୃତ ଆଲୋଚନା କରି ଯୁବକମାନଙ୍କୁ ବୁଝାଇ ଥିଲେ l ବୌଦ୍ଧିକ ପ୍ରମୁଖ ପୁରୀ ବିଭାଗ ,ମୁଖ୍ୟବକ୍ତା ଭାବେ ସଂଘ ସମ୍ମିଳିତ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଭାରତୀୟ ଇତିହାସ ,ଦର୍ଶନ ଉପରେ ବହୁତ ସୁନ୍ଦର ଆଲୋଚନା କରିଥିଲେ l ଅବିନାଶ ସୁବୁଦ୍ଧି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ l ନୃତ୍ୟ ଶିଳ୍ପୀ ପ୍ରିୟlଅଂଶୁ ପଟ୍ଟନାୟକ ଓଡିଶୀ ନୃତ୍ୟସଙ୍ଗୀତ ପରିବେଷଣ କରିଥଲେ l ଓଡ଼ିଶାର ପାଇକ ଆଖଡ଼ା ଉପରେ ଆକର୍ଷଣୀୟ ପାଇକ ଖେଳ ସଞ୍ଜୀବ କୁମାର ପ୍ରଧାନଙ୍କ ନେତୃତ୍ଵରେ ମଞ୍ଚରେ ପ୍ରଦର୍ଶନ କରିଥିଲେ, ଯାହାକି ମନୋମୁଗ୍ଧକର ଥିଲା l ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ବନ୍ଦେମାତରମ୍ ଗାନ କରିଥିଲେ l ଶତାଧିକ ଯୁବକ ଏହି ସମ୍ଭାଗ ନେଇଥିଲେ l ଅଧିବକ୍ତା ଲୋତକ ବିନ୍ଦୁ ପଟନାୟକ , ବୋଲଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ, ବିଜେପି ଜିଲ୍ଲା ସଂପାଦକ ଶିକ୍ଷାବିତ୍ ଇଂ. କର୍ପୁର ସାହୁ ,ଅର୍ଜୁନ ବେହେରl , ଜମ୍ବେଶ୍ଵର ପୃଷ୍ଟି , ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ବଜରଙ୍ଗ ଦଳର ବୋଲଗଡ ପ୍ରମୁଖ ଇତେଶ କୁମାର ବେହେରା, ମୁକେଶ ସାମନ୍ତରାୟ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୋଲଗଡ଼ ମାର୍ଗ ଦର୍ଶକ ବସନ୍ତ କୁମାର ମଙ୍ଗରାଜ ଓ ବୋଲଗଡ ମଣ୍ଡଳ ବିଜେପି ସଭାପତି ସଞ୍ଜୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ l ପ୍ରାୟ ପାଞ୍ଚଶତ ଯୁବକ ଏହି ଯୁବ ସମ୍ମିଳନୀରେ ଯୋଗ ଦେଇଥିଲେ I ସମସ୍ତ ପ୍ରକାର ଖାଦ୍ୟ ପାନୀୟ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ସଞ୍ଚlଳିତ କରାଯାଇଥିଲା l

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।