ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ
(ପ୍ରକୃତ ଚାଷୀଙ୍କୁ ଅଣ ଦେଖାକୁ ନେଇ ଅସନ୍ତୋଷ)
ହାଟଡ଼ିହି(ମନମୋହନ ନାୟକ) ହାଟଡ଼ିହି ବ୍ଲକ ଅଧିନସ୍ଥ ମରୈଗାଁ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପ୍ରକୃତ ଚାଷୀ ମାନଙ୍କୁ ଡକାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମଟି ହାଟଡ଼ିହି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ହାଟଡ଼ିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର,ପ୍ରାଣୀ ସମ୍ପଦ ବିଭାଗର ସାଂସଦ ପ୍ରତିନିଧି ଯୁଦ୍ଧିଷ୍ଠିର ମଲ୍ଲିକ,କଟକ ସ୍ଥିତ ରାଜ୍ୟ ପ୍ରାଣୀ ସମ୍ପଦ ଅତିରିକ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀ,ଆନନ୍ଦପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଚିନ୍ମୟ କୁମାର ଦାସ,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ମରଣିକା ବିଶ୍ୱାଳ,ପ୍ରାଣୀ ଚିକିତ୍ସା ସହାୟକ ସତ୍ୟନାରାୟଣ ଜେନା,ବ୍ଲକ ମତ୍ସ୍ୟ ଅଧିକାରୀ ଶୁଭମ୍ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ବିଭାଗ ପକ୍ଷରୁ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରୁ ଶତାଧିକ ପୁରୁଷ ଓ ମହିଳା ଚାଷୀ ମାନେ ସାମିଲ ହୋଇଥିଲେ।ଆଲୋଚନା ଓ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ଘସିପୁରା ବ୍ଲକ ପ୍ରାଣୀ ଚିକିତ୍ସାଧୀକାରୀ ସରୋଜ କୁମାର ମହାନ୍ତି,ଦେଓଗାଁ ପ୍ରାଣୀ ଚିକିତ୍ସାଧିକାରୀ ଶିବପ୍ରସାଦ ନାୟକ,ଆନନ୍ଦପୁର ପ୍ରାଣୀ ଚିକିତ୍ସାଧିକାରୀ ଭାଗ୍ୟଶ୍ରୀ ଓଝା,ବନ୍ତ ବ୍ଲକ ମତ୍ସ୍ୟ ଅଧିକାରୀ ସୁଶ୍ରୀ ଦୀପାଞ୍ଜଳି ବେହେରା ପ୍ରମୁଖ ଯୋଗ ଦେଇ ଚାଷୀଙ୍କୁ ବିଭାଗର ବିଭିନ୍ନ ଚାଷ ସମ୍ପର୍କରେ ଆଲୋକପାତ କରିଥିଲେ।ଗୋପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ କିଛି ସଫଳ ଚାଷୀଙ୍କ ମଧ୍ୟରେ ଗୋପାଳନରେ ପନ୍ଦାଡୋ ଗ୍ରାମର ବିଦ୍ୟୁତଲତା ଜେନା,ଛେଳି ପାଳନରେ ଢ଼େଙ୍କା ଗ୍ରାମର ବାଙ୍ଗିମନି ମୁର୍ମୁ,କୁକୁଡ଼ା ପାଳନରେ ଆଗିରିଆ ଗ୍ରାମର ଚିନ୍ମୟୀ ସେଠୀ,କଳିଗାଁ ଗ୍ରାମର କପିଳେଶ୍ଵର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଘାସ ଚାଷ ପାଇଁ ମରୈଗାଁ ଗ୍ରାମର ବଳରାମ ଜେନା, ଗୋପାଳନ ନିମନ୍ତେ ନୀଳାପୁର ଗ୍ରାମର ସ୍ୱୟଂପ୍ରଭା ରାଉତ,କୁକୁଡ଼ା ପାଳନ ପାଇଁ ରାଇଘାଟି ଗ୍ରାମର ଶିବ ହେମ୍ବ୍ରମ ଆବେଦନ କରିଥିବା ବେଳେ ସେମାନଙ୍କୁ ଚାଷ କରିବାକୁ ଅନୁମତି ମିଳିଛି।ଘାସ ଚାଷ ପାଇଁ ଗିରିଗାଁ ଗ୍ରାମର ନିରଞ୍ଜନ ପ୍ରଧାନ ଓ ଗୋପାଳନ ପାଇଁ କୋଳିପଦି ଗ୍ରାମର ବନ୍ଦିତା ବରାଳଙ୍କୁ ସହାୟତା ରାଶି ପ୍ରଧାନ କରାଯାଇଛି।ମତ୍ସ୍ୟ ଚାଷୀ ଭାବେ ଓରାଳି ଗ୍ରାମର ସସ୍ମିତା ସାହୁ, ବେରୁଣପଦୀ ଗ୍ରାମର ସାଗରିକା ସାହୁ,ଚାପୁଣ୍ଡିଆ ଗ୍ରାମର ଗୋଲାପି ସାହା,ବାଲିବରେଇ ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଗଙ୍ଗାସାଗର ମହିଳା ଏସଏଚଜି ଗୃପକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଡ଼ଅଁର ପଞ୍ଚାୟତ ସରଳ ଗ୍ରାମର ଧରଣୀଧର ପରିଡ଼ା ଜାଲ କିଣି ମାଛଚାଷ କରିବା ଏବଂ ଆବୁଲପୁରା ଗ୍ରାମର ମା’ମଙ୍ଗଳା ମହିଳା ଏସଏଚଜି ଗୃପ ପଞ୍ଚାୟତ ପୋଖରୀରେ ମାଛଚାଷ କରିବାକୁ ଅନୁମତି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ।ମରେଇ ଗାଁ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମରେଇ ଗାଁ ର ଦୁଗ୍ଧ ଚାଷୀ ମାନଙ୍କୁ କାର୍ଯ୍ୟକ୍ରମକୁ ଡକାନଯାଇ ଗୋପାଳନ କରୁନଥିବା ଲୋକଙ୍କୁ କାର୍ଯ୍ୟକ୍ରମକୁ ଡକା ଯାଇ ଥିବାରୁ ଅନେକ ଚାଷୀ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ।
