ଆଜିର ଖବର..
ରାଜ୍ୟରେ ବଢ଼ୁଛି ଶୀତ, ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୫ ଡିଗ୍ରିରୁ କମ।
ସରକାରୀ କର୍ମଚାରୀଙ୍କ ଲାଗି ଅଷ୍ଟମ ବେତନ ଆୟୋଗଙ୍କ ନୂଆ ସୁପାରିଶ, ପ୍ରାଇଭେଟ ସେକ୍ଟର ସହ ସମାନ ହେବ ବେତନ।
ଆଜି ଗୋଟିଏ ଦିନରେ ଏଏସଓ, ଆରଆଇ, ଏଆରଆଇ ଓ ଅମିନ ପରୀକ୍ଷା। ଅନେକ ପ୍ରାର୍ଥୀ ଅନେକ ପରୀକ୍ଷାରୁ ବଞ୍ଚିତ ହେବେ।
କୋଣାର୍କ ମନ୍ଦିରର ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍ଆଇ।
କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ବିକ୍ରି ହେଉଛି ଅପମିଶ୍ରିତ ଓ ବାସୀ ଖାଦ୍ୟ। ଅଟକାଇବା ପାଇଁ ଯାଞ୍ଚ କରୁଛି ଟିମ।
କଟକ ମଣିସାହୁ ଛକରେ କୋଠା ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ। ଅସୁରକ୍ଷିତ କୋଠା ଗୁଡ଼ିକ ଭଙ୍ଗାଯିବ ବୋଲି ସିଏମସି ର ନିଷ୍ପତ୍ତି
ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ଆହତ।
ଭୁବନେଶ୍ବରରେ ବିଲଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡ ମାମଲାରେ ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ସଂସ୍ଥାକୁ ଭାଙ୍ଗି ଧ୍ବଂସ କରିଦେଲା କମିଶନରେଟ୍ ପୋଲିସ।
ବ୍ରହ୍ମପୁରରେ ସ୍ବର୍ଗତ ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା, ଜଣେ ପିଏସଓ ସହ ଘର ଆଗରେ ରହିବେ ୪ ପୋଲିସ।
ନବରଙ୍ଗପୁର ବଡକୁସୁମି ନିକଟସ୍ଥ ଇନ୍ଦ୍ରାବତୀ ନଦୀ ପାଣିରୁ ଖଗପତି ହରିଜନ (୬୦) ନାମକ ବୃଦ୍ଧଙ୍କ ମରଶରୀର ଉଦ୍ଧାର ହୋଇଛି।
ମାଲକାନଗିରି ଏମଭି-୭୯ ପାଖରେ ଡମ୍ପ ହୋଇଥିବା ୪୫୦ କିଲୋ ଗଞ୍ଜେଇ ଉଦ୍ଧାର।
ଭଦ୍ରକ ପୀରହାଟ ଥାନାରେ ସନ୍ଦେହରେ ୧୪ ବର୍ଷର ନାବାଳକଙ୍କୁ ପିଟିଲେ, ଜାତିକୁ ଆକ୍ଷେପ କଲେ, ଉଲଗ୍ନ କଲେ ପୋଲିସ
ନୂଆପଡ଼ାରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଜୁନେଦଙ୍କ ଘରେ ଆୟକର ବିଭାଗ ଚଢ଼ାଉ। ହୀନ ରାଜନୀତି ବୋଲି ହେଲା ଅଭିଯୋଗ
ଗଜପତି ମୋହନା ଲେଡବନ୍ଧ ବୁଲାଣିରେ ରାସ୍ତା କଡ଼କୁ ପିଟିହେଲା ବାଇକ୍, ଆରୋହୀଙ୍କ ମୃତ୍ୟୁ। ମୃତକ ଦିଗପହଣ୍ଡିର ରାମଚନ୍ଦ୍ର ବେହେରା
ପୁରୀ ଜିଲ୍ଲା କୋଣାର୍କ- କାକଟପୁର ମୁଖ୍ୟରାସ୍ତା ଆଇଓସିଏଲ ବସ ପାର୍କିଙ୍ଗ ନିକଟରେ ଥିବା କ୍ୟାବିନରୁ ଚୋରା ଦେଶୀ ମଦ ଜବତ
ଢେଙ୍କାନାଳ ଗଁଦିଆ ନିହଲପ୍ରସାଦ ଗ୍ରାମରେ ଗାଁ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ। ବାପାଙ୍କୁ ଖାଇବା ଦେଇ ଫେରୁଥିଲେ।
ରାୟଗଡ଼ା ଚନ୍ଦ୍ରପୁର ଥାନା ଦାରାଗାଡ଼ାସ୍ଥିତ ବରିଗାଡା ନାଳ ନିକଟ ଜଙ୍ଗଲରୁ ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।
କେନ୍ଦୁଝର ଶାଳପଡ଼ା କନକମଞ୍ଜରୀ ମହାବିଦ୍ୟାଳୟ ନିକଟରେ କାର୍ ଧକ୍କାରେ ଚାଲିଗଲା ଦୁଇ କଲେଜ ଛାତ୍ରୀଙ୍କ ଜୀବନ।
ରାଜ୍ୟ କଂଗ୍ରେସର ‘ଭୋଟ ଚୋର ଗାଦି ଛାଡ଼’ ଦସ୍ତଖତ ଅଭିଯାନରେ ୧୨ଲକ୍ଷ ଦସ୍ତଖତ ସଂଗ୍ରହ। ଏଆଇସିସିକୁ ପଠାଯିବ
ଆସନ୍ତା ୧୧ ତାରିଖରେ ନୂଆପଡ଼ାରେ ଭୋଟଦାନ ହେବ। ଆଜି ସନ୍ଧ୍ୟାରୁ ବନ୍ଦ ହେବ ପ୍ରଚାର।
ରଥଯାତ୍ରା ବେଳେ ଦଳାଚକଟା ଓ ମୃତ୍ୟୁ ରିପୋର୍ଟ ଆସିଲା। ଏଆଇ ସିଷ୍ଟମ ଫେଲ। ନୂଆ ସିସିଟିଭି କ୍ୟାମେରା କାମ କରୁନଥିଲା। ଠିକାଦାର ଉପରେ ଆକ୍ସନ ହେବ। ମିଳିମିଶି ଖାଇଛନ୍ତି ଟଙ୍କା
କଟକ ବାଲିଯାତ୍ରାରେ ୫ କୋଟି ଟଙ୍କାର ମୋରମ ପଡ଼ିଲା, ଧୂଳିପାଇଁ କେମିକାଲ ମିଶ୍ରିତ ପାଣି ଛିଞ୍ଚା ପାଇଁ ଲକ୍ଷାଧିକ ଖର୍ଚ୍ଚ। କିନ୍ତୁ ଧୂଳିରେ ଅଣନିଶ୍ଵାସୀ ଦେଖଣାହାରୀ
ଗତବର୍ଷ ଏଇ ସମୟରେ, ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଗୋ ଚାଲାଣ ଓ ଗୋ ହତ୍ୟା ସମ୍ପୂର୍ଣ୍ଣ ନିଷେଧ ହେବ। ଏ ପର୍ଯ୍ୟନ୍ତ ଲାଗୁ ହୋଇନି
ଗତବର୍ଷ ଏଇ ସମୟରେ, ସରକାର ନିଷ୍ପତ୍ତି ନେଇଥିଲେ ଯେ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ତିଆରି ପାଇଁ ଅଗ୍ରୀମ ଟଙ୍କା ଦିଆଯିବ
ଜିଏସଟି ବିଭାଗକୁ ୩୨୫ କୋଟି ଟଙ୍କାର ଚୂନ ଲଗେଇଲା ପରେ ହାଜତକୁ ଗଲେ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍।
ଗୋଆରେ ୫୬ତମ ଆଇଏଫଏଫଆଇରେ ଓଡ଼ିଆ ଫିଲ୍ମ ‘ପାପା ବୁକା’ ପ୍ରଦର୍ଶିତ ହେବ
ଉତ୍ତର ପ୍ରଦେଶ ମିରଟରେ ପୁରୁଷ ବନ୍ଧୁଙ୍କ ସାହାଯ୍ୟରେ ନିଜ ସ୍ୱାମୀଙ୍କୁ ନିଶା ଦେଇ ନାଳରେ ଫିଙ୍ଗି ଦେଲେ ପତ୍ନୀ।
ଉତ୍ତର ପ୍ରଦେଶ ଲକ୍ଷ୍ନୌ ସହରର ୧୫,୦୦୦ ସଫେଇ କର୍ମଚାରୀଙ୍କ ମଧ୍ୟରୁ ୮୦% ବାଂଲାଦେଶୀ ରୋହିଙ୍ଗ୍ୟା ବୋଲି ରିପୋର୍ଟ ହସ୍ତଗତ
ବର୍ଷା ଯୋଗୁଁ ରଦ୍ଦ ହେଲା ଭାରତ- ଅଷ୍ଟ୍ରେଲିଆ ୫ମ ଟି-୨୦, ଭାରତ ୨-୧ରେ ସିରିଜ୍ ବିଜୟୀ
ଆସନ୍ତା ଡିସେମ୍ବର ୧ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ସାମ୍ବିଧାନିକ ସଂଶୋଧନ ବିଲ୍, ପବ୍ଲିକ୍ ଟ୍ରଷ୍ଟ ବିଲ୍ ଏବଂ ଦେବାଳିଆ ବିଲ୍ ଆଗତ ହୋଇପାରେ।
ଡାଇବେଟିସ୍ କିମ୍ବା ହୃଦରୋଗ ଥିଲେ ଆମେରିକାକୁ ପ୍ରବେଶ କରିପାରିବେ ନାହିଁ ବୋଲି ନୂଆ ନିଷ୍ପତ୍ତି ହେଲା
ଶେଖ ହସିନା କହିଲେ, ମହମ୍ମଦ ୟୁନୁସଙ୍କ ଯୋଗୁଁ ବାଙ୍ଗଲାଦେଶରେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିୟାନଙ୍କ ଉପରେ ଆକ୍ରମଣ ହେଉଛି
ପାକିସ୍ତାନ ସେନା ମସଜିଦ୍ରେ କୁକୁର ବାନ୍ଧି ଏହାକୁ ଅପବିତ୍ର କରିଛନ୍ତି ବୋଲି କହିଲେ ଖାଇବର ମୁଖ୍ୟମନ୍ତ୍ରୀ ଆଫ୍ରିଦି
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ଼ କରନ୍ତୁ
======================
ଆଜି ବିଶ୍ୱ ସ୍ୱାଧୀନତା ଦିବସ
ଆଜି ଜାତୀୟ ଆଇନସେବା ଦିବସ
ଉତ୍ତରାଖଣ୍ଡ ସ୍ଥାପନା ଦିବସ
ଆଜି କାମ୍ବୋଡିଆ ର ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ମହମ୍ମଦ ଇକବାଲ (ସାରେ ନାହାଁ ସେ ଆଛା), ପାୟଲ ରୋହତଗୀ, ପଙ୍କଜ ଧୀର, ତେଜସ୍ୱିନୀ ଯାଦବ (କ୍ରିକେଟ), ସୁଖବୀର (ଗାୟକ), ଭୁବନେଶ୍ୱର ମିଶ୍ର (ଗଣିତଜ୍ଞ)
ଆଜି ତିରୋଧାନ: ହରଗୋବିନ୍ଦ ଖୁରାନା (ବୈଜ୍ଞାନିକ)
ଇତିହାସରେ ଆଜି: (୧୯୪୭) ଭାରତରେ ଜୁନାଗଡ଼ ମିଶିଲା, ନବାଵ ଫେରାର ହେଲେ/ (୨୦୦୦) ଉତ୍ତରାଖଣ୍ଡ ହେଲା ଦେଶର ୨୭ତମ ପ୍ରଦେଶ/ (୧୯୮୫) ରୁଷ ର ଗ୍ୟାରୀ କାସପାରୋଭ ୨୨ ବର୍ଷରେ ବିଶ୍ୱ ଚେସ ଚମ୍ପିୟାନ/ (୧୯୮୮) ଇଂଲଣ୍ଡ ରେ ମୃତ୍ଯୁଦଣ୍ଡ ଉଚ୍ଛେଦ ହେଲା/ (୧୯୮୯) ବର୍ଲିନ ୱାଲ ଭାଙ୍ଗିଲା
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
