November 21, 2024

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ- ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ-୨୦୨୪

Share

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ ମୁଖ୍ୟାଳୟ

ନନ୍ଦିଘୋଷ ଭବନ ଠାରେ ପ୍ରାଥମିକ ଶିକ୍ଷକ ସଂଘ(ଏନପିଏସ)ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକ ଶୈଲେନ୍ ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିଲେ।ଏଥରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଶିକ୍ଷକର ଗୁଣାତ୍ମକ ମୂଲ୍ୟବୋଧ ତଥା ଏହାର ମହତ୍ୱ ସମ୍ପର୍କରେ

ଆଲୋକପାତ କରିଥିଲେ।ସେହିପରି ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି

ରୂପେ ଐତିହାସିକ ରବୀନ୍ଦ୍ର ପରିଡା,୨୬ନଂ ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ, ୨୫ନଂ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ,

ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ବାନାମ୍ବର ମାଝି,ପ୍ରାକ୍ତନ

ଶିକ୍ଷକ ତଥା ଆଧ୍ମତିକ ଚେତନାର ବିଶେଷ ବ୍ୟକ୍ତିତ୍ୱ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା,ରାଜ୍ୟ ସମ୍ପାଦକ ବିଭୁ ପ୍ରସାଦ ସାହୁ ପ୍ରମୁଖ ମଂଞ୍ଚାସିନ ଥିଲେ।ସଙ୍ଗ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।ପ୍ରାରମ୍ଭରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଦିବଂଗତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଉଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ପାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା।ଶିକ୍ଷକ ଚିନ୍ତାମଣି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଭୁ ରଞ୍ଜନ ରଥ ସ୍ୱାଗତ ଭାଷଣ

ଦେଇଥିଲେ।ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପ୍ରଦାନ କରିଥିଲେ ଓ ବ୍ଲକ ସଂଘ ସମ୍ପାଦକ ପ୍ରଫୁଲ୍ଲ ସିଂହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ସେହିପରି ନୂତନ ଭାବେ ନିଯୁକ୍ତି ପାଇଥିବା ୪୮ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ୨୨ଜଣଙ୍କୁ ସ୍ଥାନାନ୍ତରିତ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା।ପରିଶେଷରେ ଶେଖ ଅବଦୁଲ ମାଜିଦ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed