ନୂଆଁ ତନରଡାରେ ଗୋଷ୍ଠାଷ୍ଟମୀ ଉତ୍ସବ
ବେଲଗୁଣ୍ଠା, 09/11, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ନୂଆଁ ତନରଡା ଗ୍ରାମରେ ଗୋଷ୍ଠାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଗୋଷ୍ଠାଷ୍ଟମୀ ଗ୍ରାମର ଏକ ପାରମ୍ପରିକ ଉତ୍ସବ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ଅତି ଉତ୍ସାହର ସହିତ ପାଳନ କରିଛନ୍ତି I ପରମ୍ପରା ମୁତାବକ ଗ୍ରାମର ବାଳ ମୁକୁନ୍ଦ ମନ୍ଦିର ପରିସରରେ ଏହି ଉତ୍ସବ ପାଳନ କରାଯାଇଥିବା ବେଳେ ନିକଟବର୍ତ୍ତୀ ଗ୍ରାମ ଏବଂ ତନରଡା ସ୍ଥିତ ଗୋଶାଳାରୁ ଗ୍ରାମ ତରଫରୁ ଗୋପାଳକ ମାନେ ଗାଈ ଗୋରୁଙ୍କୁ ନିମନ୍ତ୍ରଣ କରି ଗ୍ରାମକୁ ଆଣିଥିଲେ I ଗ୍ରାମରେ ଗୋପୂଜନ କରାଯିବା ସହିତ ପୂର୍ବରୁ ଗ୍ରାମବାସୀଙ୍କ ତରଫରୁ କଟା ଘାସ ଏବଂ ଚାଉଳ,ମାଣ୍ଡିଆରେ ପ୍ରସ୍ତୁତ ଜାଉ ଖାଇବାକୁ ଦିଆଯାଇଥିଲା I ସନ୍ଧ୍ୟାରେ ଛତ୍ରପୁର ଅଞ୍ଚଳରୁ ଆସିଥିବା ଦକ୍ଷିଣୀ ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଗ୍ରାମ ଗୁଡ଼ିକରୁ ବହୁ ଜନ ସମାଗମ ହୋଇଥିଲା I ଗ୍ରାମ୍ୟ କମିଟି ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ବଳରାମ ବେହେରା, ନାମ ସଂକୀର୍ତ୍ତନ ନିର୍ଦ୍ଦେଶକ ନଣ୍ଡା ଜେନା, ଡ଼୍ରାଇଭର ମହାସଂଘ ସଭାପତି ମଧୁସୂଦନ ଜେନାଙ୍କ ତତ୍ତ୍ୱାବଧାନରେ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ