July 6, 2024

ଟ୍ରକ ତଳେ ଚାପି ହୋଇ ଡ୍ରାଇଭର ମୃତ ।

Share

ଟ୍ରକ ତଳେ ଚାପି ହୋଇ ଡ୍ରାଇଭର ମୃତ ।ଅସ୍ତରଙ୍ଗ,,,ପାରାଦୀପ ରୁ ଧ୍ରୁମ ହିନ କୋଇଲା ନେଇ କେନ୍ଦୁଝର ଯାଇଥିବା ଏକ ଟ୍ରକ ଫେରୁଥିବା ସମୟରେ ଆନନ୍ଦପୁର ନିକଟ ଘଷିପୁରା ଥାନା ଅଧୀନ ଜାତୀୟ ରାଜପଥ ରେ ଏକ ପୋଲ ଦେହରେ ମାଡ଼ ହେବାରୁ ଟ୍ରକ ପଲଟିବା ଅବସ୍ଥାରେ ଡ୍ରାଇଭର ଟ୍ରକ ତଳେ ଚାପି ହୋଇ ମୃତୁ ବରଣ କରିଥିବା ଜଣା ପଡି ଅଛି ।
ଘଟଣାରୁ ପ୍ରକାଶ ଯେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବନ୍ତିଲ ଗ୍ରାମରେ ଗାଡ଼ି ଡ୍ରାଇଭର ବିଷ୍ଣୁ ଚରଣ ବାରିକ ଙ୍କ ଘର । ସେ ପାରାଦୀପରେ ଏକ କମ୍ପାନୀରେ ରହି ଟ୍ରକ ଚଳାଉ ଥିଲେ । ସୋମବାର ଦିନ ଏକ କୋଇଲା ବୋଝେଇ କରି କେନ୍ଦୁଝର ଯାଇଥିଲେ । ସେଠାରେ ମାଲ ଅନ ଲୋର୍ଡ କରି ମଂଗଳବାର ରାତିରେ ଫେରୁଥିଲେ । ହେଲେ ଫେରିବା ସମୟରେ ଆନନ୍ଦପୁର ବ୍ଲକ ଓ ଯଶିପୁର ଥାନା ଅଧୀନ ଜାତୀୟ ରାଜପଥରେ ଆସୁଥିବା ସମୟରେ ଭୋର ହୋଇ ଜାଇଥିବାରୁ ଆଖିଟି ପଡ଼ିଯାଇ ଥିଲା । କିନ୍ତୁ ସେହିଠାରେ ଅଟକି ଯାଇଥିଲା ତାଙ୍କର ଶେଷ ଡ୍ରାଇଭିଙ୍ଗି । ଟ୍ରକ ଟି ଏକ ପୋଲ ଉପରେ ମାଡ଼ ହୋଇ ଭାର ଶ୍ୟାମ ହରାଇ ପଲଟି ବାକୁ ବସିଥିବା ବେଳେ,ବିଷ୍ଣୁ ନିରୁପାୟ ହୋଇ ଗାଡିରୁ ଡେଇଁ ପଡ଼ିଥିଲେ । ଯାହା ଫଳରେ କି ଗାଡ଼ିଟି ସେହି ପଟକୁ ଓଲଟି ପଡ଼ିବାରୁ ଗାଡିତଳେ ଚାପି ହୋଇ ଜୀବନ ହରାଇଥିଲେ ବିଷ୍ଣୁ । ସେଠାକାର ଡ୍ରାଇଭର ସଂଘ ଖବର ପାଇ ନିକଟ ପୋଲିସ କୁ ଜଣାଇବା ପରେ ପୋଲିସ ପହଞ୍ଚି ମୃତକ କୁ ଉଧାର କରି ତାର ଘରକୁ ଖବର ଦେଇଥିଲେ । ଘର ଲୋକ ଖବର ପାଇବା ପରେ , ସେଠାରେ ପହଞ୍ଚି ପୋଷ୍ଟ ବଟମ୍ କରି ଗୁରୁବାର ଅପରାହ୍ନ ରେ ଅସ୍ତରଙ୍ଗ ରେ ପହଞ୍ଚିବା ପରେ,ଅସ୍ତରଙ୍ଗ ଡ୍ରାଇଭର ସଂଘ ତରଫରୁ ଅସ୍ତରଙ୍ଗ ବଜାରରେ ନୀରବ ଶୋଭାଯାତ୍ରା କରାଯାଇ ସଂଘ କାର୍ଯ୍ୟାଳୟ ଠାରେ କିଛି ସମୟ ରଖାଯାଇ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ,କେହି ବିବାହ ହୋଇ ନ ଥିବା ଜଣା ପଡ଼ିଛି ଓ ବଡ ଝିଅ ଭିନ୍ନ କ୍ଷମ ରହିଅଛି । ଏକ ଶୋକାକୁଳ ପରିବେଶ ଭିତରେ ,ଡ୍ରାଇଭର ସଂଘ ର କର୍ମକର୍ତ୍ତା ଙ୍କ ସମେତ ତାଙ୍କ ପରିବାର ଙ୍କ ଉପସ୍ଥିତିରେ ଗ୍ରାମ ଶସ୍ମାନ ରେ ସବ ଦାହ କରାଯାଉଥିବା ଜଣା ପଡିଛି । ସରକାର ସାହାଯ୍ୟ ର ହାତ ବଢ଼ାଇବା ପାଇଁ ଜନ ସାଧାରଣ ଙ୍କ ତରଫରୁ ଦାବି ହେଉଛି ।                                                                                                                                                                        ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed