July 3, 2024
Share

*ଖବର ଆଜିର*
ତାରିଖ ୦୯/୧୦/୨୦୨୩ ସୋମବାର ।।

ଏମ୍‌ଏ ଚିଦାମ୍ବରମ୍‌ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।

ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

୨୪ ଘଣ୍ଟା ଯୁଦ୍ଧରେ ଗଲାଣି ୯୦୦ରୁ ଅଧିକ ଜୀବନ; ଇସ୍ରାଏଲ୍‌କୁ ଆମେରିକାର ମିଲିଟାରି ସହାୟତା, ଇରାନ କହିଲା-ମୁସ୍ଲିମ ଦେଶ ହମାସକୁ ଦିଅ ସମର୍ଥନ ।

ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍‌ ଧର୍ମଘଟ ।

କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ି ରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ ।

ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା । ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ଟି ମୃତଦେହର ସଂସ୍କାର ହେବ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ହେବ ଭିଡିଓଗ୍ରାଫି ।

ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ.. ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ.. ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ।ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ.. ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି(ଅତିରିକ୍ତ ଦାୟିତ୍ୱ) ।

ଯୁଦ୍ଧ ପାଇଁ ଇସ୍ରାଏଲକୁ ଉଡ଼ିବନି ଭାରତର ଏୟାର ଇଣ୍ଡିଆ ବିମାନ, ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ ସ୍ଥଗିତ ।

ଇସ୍ରାଏଲରୁ ଫେରିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ମୁମ୍ବାଇରେ ପହଞ୍ଚିଛନ୍ତି। ଇସ୍ରାଏଲରେ ଯୁଦ୍ଧ ଲାଗି ରହିଥିବା ବେଳେ ନୁସରତ ସେଠାରେ ଫସି ରହିଥିଲେ। ।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ କହିଲେ ରାହୁଲ । ।

୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା ।

ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରହିଛି

ୟୁଏଇରେ ବଢ଼ିଲା ଭାରତୀୟ ବାସୁମତି ଚାଉଳ, ଚିକେନ ଓ କ୍ଷୀର ଆଦି ସାମଗ୍ରୀର ଡିମାଣ୍ଡ: ସହଯୋଗ ଲୋଡ଼ିଲେ ଆରବ ଦେଶ ।

ବିଭିନ୍ନ ସରକାରୀ ବ୍ୟାଙ୍କ୍ ପାଇଁ ୧୨ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ମଞ୍ଜୁରୀ ।

ସରିଛି ୨୦୦୦ ଟଙ୍କିଆ ନୋଟ୍‌ ବଦଳ କିମ୍ବା ଜମା କରିବାର ଡେଡଲାଇନ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରଥମେ ଏହି ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରଖିଥିଲା। ଯାହାକୁ ପରେ ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ।

ସୁପ୍ରଭାତ ,ଶୁଭ ସକାଳ ।