March 10, 2026

ଗଜପତି ଜିଲ୍ଲାରେ ରେ 108 ଆମ୍ବୁଲାନ୍ସରେ ମଦ୍ୟପାନ କରି ଡ୍ରାଇଭର ଶୋଇ ପଡିଲେ…. ଅଧା ରାସ୍ତାରେ ଅଟକିଲା ଗର୍ଭବତୀଙ୍କୁ ନେଉ ଯାଉଥିବା ଆମ୍ବୁଲାନ୍ସ 

IMG-20250809-WA0169
Share

 

 

ପାରଳାଖେମୁଣ୍ଡି:୯/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ମଦ ପିଇ ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର, ମେଡିକାଲ ଯିବା ରାସ୍ତାରେ ଡ୍ରାଇଭରଙ୍କ ଏଭଳି କାରନାମା ଯୋଗୁଁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯିବା ଯୋଗୁଁ ବହୁ ହଇରାଣର ସମ୍ମୁଖୀନ ହୋଇଥିଲେ. ଶେଷରେ ପ୍ରାଇଭେଟ ଗାଡ଼ିରେ ଗର୍ଭବତୀଙ୍କୁ ବ୍ରହ୍ମପୁର ଏମକେସିଜି ନେଲେ ସମ୍ପର୍କୀୟ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ ।ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗ୍ରାମର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କୁ ନେଇ ଏମକେସିଜି ବ୍ରହ୍ମପୁର ଯାଉଥିଲା । ହେଲେ ରାସ୍ତାରେ ଡ୍ରାଇଭର କୌଣସି କାମ ଲାଗି ଗାଡିରୁ ଓହ୍ଲାଇଥିଲା । ସେଠାରୁ କିଛି କିଲୋମିଟର ଯିବା ପରେ ଡ୍ରାଇଭରଙ୍କ ହାବଭାବ ବଦଳି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ସେ ଗାଡ଼ି ସାଇଡ କରି ଶୋଇ ପଡ଼ିଥିଲା । ରୋଗୀଙ୍କ ପରିବାର ଲୋକେ ତାଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ଅନ୍ୟ ଏକ ଗାଡ଼ି ଡାକି ବ୍ରହ୍ମପୁର ଯାଇଥିଲେ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ମୁବାରଖ ଅଲ୍ଲୀଙ୍କ କହିବା ହେଲା ଏହି ଘଟଣା ନେଇ ଆମ୍ବୁଲାନ୍ସର ଆଉଟ ସୋର୍ସିଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।