ଭାରତ ବନ୍ଦ ର ପ୍ରଭାବ ଗଞ୍ଜାମ ସହରରେ..

ଗଞ୍ଜାମ: ପ୍ରଦୀପ କୁମାର ପଣ୍ଡା
କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଗଞ୍ଜାମ ସହରରେ ସିପିଏମ ର ସି ଆଇ ଟି ୟୁ, ସିପିଆଇ ର ଏ ଆଇ ଟି ୟୁ ସି ପକ୍ଷରୁ ଜୟଶ୍ରୀ ଛକ ଠାରେ 16 ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ l ପରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ, ସହରରେ ଦୋକାନ ବଜାର ବନ୍ଦ କରିବା ସହ ପିକେଟିଙ୍ଗ କରିଥିଲେ l ମୁଖ୍ୟତଃ ଭାବେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନିତି ଶ୍ରମିକ ମାନଙ୍କ ଅନ୍ୟାନ୍ୟ ସମସ୍ୟା ନେଇ ଆନ୍ଦୋଳନ ରେ ପ୍ରତିବାଦ କରାଯାଇଥିଲା l ରାଷ୍ଟ୍ରାୟତ ସମ୍ପଦର ସୁରକ୍ଷା, ଚାଷୀ ଓ ଫସଲ ପାଇଁ ଏମ ଏସ ପି କୁ ଆଇନ ଗତ ଜ୍ଞାରେଣ୍ଟି ଇତ୍ୟାଦି 17 ଦଫା ଦାବିନେଇ ଏହି ଧର୍ମଘାଟ ରେ ଟ୍ରେଡ଼ ୟୁନିୟନ ନେତା ଓ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ l ଏଥିରେ ସିପିଏମ ର ରାମଚନ୍ଦ୍ର ନାୟକ, ପଦ୍ମ ଚରଣ ପ୍ରଧାନ, ଦିଲ୍ଲୀପ ଛୋଟରାୟ, ଜତିରାଜ ପ୍ରଧାନ, ବୈରାଗି ବେହେରା, ପ୍ରଫୁଲ ସ୍ୱାଇଁ, ଅଜୟ ଗୌଡ଼, ଧର୍ମରାଜ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ତ୍ରିଲୋଚଳ ପ୍ରଧାନ, ଗଙ୍ଗାଧର ରେଡି, ମନୋଜ ସାହୁ,ଖଲି ସ୍ୱାଇଁ, ପ୍ରଶାନ୍ତ ଛଟେଇ ସିପିଆଇ ର, ପୂର୍ଣ୍ଣ ଚନ୍ଦ୍ର ପଲେଇ, ସୀମାଞ୍ଚଳ ପଲେଇ,ପ୍ରତାପ ବିଶ୍ୱାଳ, ଆର ଉମାକାନ୍ତ ରାଓ, ଶରତ ପରିଡା, ସାଗର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ l
