June 9, 2025

ବାଲେଶ୍ୱରରେ ଅନୁଷ୍ଠିତ ହେଲା ଇନୋଭେଟିଭ କ୍ଲାସେସ ପୁରାତନ ଛାତ୍ର ସଂସଦର ବନ୍ଧୁମିଳନ, ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନୀତ ହେଲେ ବହୁ ଶିକ୍ଷକ…

Share

 

ବାଲେଶ୍ଵର(ଶେଖ୍ ନାଜିମ୍)ବାଲେଶ୍ୱର ସହରର ଇନୋଭେଟିଭ କ୍ଲାସେସର ପୁରାତନ ଛାତ୍ର ସଂସଦର ବନ୍ଧୁମିଳନ ଓ ଶିକ୍ଷକ ସମ୍ମାନ ଉତ୍ସବ କୁରୁଡା ସ୍ଥିତ ସ୍ୱସ୍ତି ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ଵର ଶିକ୍ଷକ ସଂଘର ପୁର୍ବତନ ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଦଲ ଚନ୍ଦ୍ର ପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ ସହ ସାମ୍ପ୍ରତିକ ଶିକ୍ଷାନୀତିରେ ଗୁଣାତ୍ମକ ଶିକ୍ଷାଦାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।

ଇନୋଭେଟିଭ କ୍ଲାସେସର ଚେୟାରମ୍ୟାନ ତରୁଣ କୁମାର ପଣ୍ଡା ଏଥିରେ ସଭାପତିତ୍ବ କରିବା ସହିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଶିକ୍ଷାବିତ୍ ଆଦିତ୍ୟ ନାରାୟଣ ଦାସ, ଶିକ୍ଷକ ବସନ୍ତ ମଣ୍ଡଳ,ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ ଉତ୍ସବରେ ମଞ୍ଚାସୀନ ଥିଲେ।ଶିକ୍ଷାବିତ୍ ଅମୟ କୁମାର ଦାସ ଏଥିରେ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ଇନୋଭେଟିଭ କ୍ଲାସେସର ପୂର୍ବତନ ଛାତ୍ର ଛାତ୍ରୀ ତଥା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଇଡି ଶିକ୍ଷା ସଂସ୍ଥାରେ ଛାତ୍ର ଛାତ୍ରୀ ମାନେ ଠକାମୀର ଶିକାର ହେଉଥିବା ବେଳେ ଇନୋଭେଟିଭ କ୍ଲାସେସରେ ଅତ୍ୟନ୍ତ ଉଚ୍ଚ କୋଟିର ଶିକ୍ଷା ଗ୍ରହଣ ପୂର୍ବକ ସଫଳତାର ସହ ସରକାରୀ ବିଦ୍ୟାଳୟରେ ଶିକ୍ଷକ ହେବାର ସୁଯୋଗ ପାଇଛନ୍ତି ବୋଲି ସମ୍ବର୍ଦ୍ଧିତ ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ କହିଥିଲେ।ରାଜୀବ କୁମାର ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହେମନ୍ତ ମଣ୍ଡଳ ଓ ଭୁବନ ଦାସଙ୍କ ସମେତ ଇନୋଭେଟିଭ କ୍ଲାସେସର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।