June 10, 2025

କୋଟପାଡ଼ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ 

Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସର ରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି.ଜଙ୍ଗଲ ଜମି ଅଧିକାର ପଟା ଯୋଗାଇବା. ଗୁଆଳି ପଞ୍ଚାୟତ ରେ ବିଦ୍ୟୁତ ଯୋଗାଇବା.ବୋବିୟା ପରଜା ଗୁଡା ରେ ନୂତନ ବ୍ରି୍ଜ. ଛତ୍ତର୍ଲା ଗ୍ରାମ ପଞ୍ଚାୟତ ର ଉନ୍ନତି ସକାଶେ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦୁରୁଆ ଲିଖିତ ଦେଇ ଥିଲେ.ଚିତ୍ରା ଜମି ଚିହ୍ନଟ ଇତ୍ୟାଦି ଗୋଷ୍ଟିଗତ 30ଏବଂ ବ୍ୟକ୍ତି ଗତ 90ଟି ଏହି ଶିବିର ରେ ମୋଟ 120ଟି ଅଭିଯୋଗ ର ପଞ୍ଜିକୃତ ହୋଇଥିବା ଜଣାଯାଇଛି.ଜ଼ିଲ୍ଲା ସ୍ତରୀୟ ଜ଼ିଲ୍ଲା ପାଳ କୋରାପୁଟଙ୍କ ମିଳିତ ଜନ ଶୁଣାଣି ଶିବିର ରେ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ. ଉପ ଜ଼ିଲ୍ଲା ପାଳ କୁମାରୀ ଆକବରମ ଶାସ୍ୟ ରେଡି.ସିଡିଓ ବେଣୁ ଧର ଶବର.ସିଡ଼ିଏମଓ ରବିନ୍ଦ୍ର ନାରାୟଣ ମିଶ୍ର. ତହସିଲଦାର ଟ୍ୱିଙ୍କିଲ ସେଠି. ବିଡ଼ିଓ ସନ୍ଧ୍ୟା ସମରଥ.ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବାର ଜଣା ଯାଇଛି. ଶୁଣାଣି ଶିବିର ସମାପ୍ତ ହବା ପରେ ଜ଼ିଲ୍ଲା ପାଳ. ତହସିଲ ଦାର ଏବଂ ବିଡ଼ିଓ. ଘୁମର. ବୋବିୟା,କୁସୁମୀ ଏବଂ କୋଟପାଡ଼ ରେ ହବାକୁ ଥିବା ମାର୍କେଟ ୟାର୍ଡ଼ ଗୁଡିକୁ ପରିଦର୍ଶନ କରିଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର