ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ଆଜି ସୋମବାର ପୂର୍ବାହ୍ନ ୧୦ଟାରୁ ମଧ୍ଧାହ୍ନ ୧୨ଟା ପର୍ଯ୍ୟନ୍ତ ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବରଗଡ ଜିଲାପାଳ ଆଦିତ୍ୟ ଗୋଏଲ,ଏସପି ପହଲାଦ ସାହାଇ ମିନା,ଉପ ଜିଲାପାଳ ପ୍ରଶନ୍ନ କୁମାର ପାଣ୍ଡେ,ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନା,ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକ,ସିଡିଏମଓ ପ୍ରଶାନ୍ତ କୁମାର ଦାସ,ସିଡିଓ ଲଲାଟ କୁମାର ଲୁହା ପ୍ରମୁଖ ମଂଚାସୀନ ଥାଇ ଜନସାଧାରଣକଂ ଅଭିଯୋଗ ଶୁଣିଥିଲେ |ଅଭିଯୋଗ ଗୁଡିକ ଖୁବଶ୍ରୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନକୁଂ ନିର୍ଦ୍ଦେଶ ଦେଇଥିଲେ |ଏହି କାର୍ଯ୍ୟକ୍ରମରେ କାର୍ଯ୍ୟରତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ବ୍ଲକ କୃଷି ଅଧିକାରୀ ପିଂକୁସେନ କର,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ,ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର,ଅବକାରୀ ବିଭାଗ,ମସ୍ୟ ବିଭାଗ,ଫରେଷ୍ଟ ବିଭାଗ ସମେତ ଆହୁରି ଅନେକ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ |
