ଆଜିର ଖବର

୧-ସମ୍ବଲପୁର:ମାଓବାଦୀଙ୍କ ଗତିବିଧି ସୂଚନା ପରେ କମ୍ବିଂ ଅପେରସନ ଜୋରଦାର, ଡ୍ରୋନ୍ କ୍ୟାମେରା ସହାୟତାରେ ଚାଲିଛି ସର୍ଚ୍ଚ।
୨-ଜାତୀୟ ଶିକ୍ଷକ ପୁରସ୍କାର -୨୦୨୫, ଜୁଲାଇ ୯ ପର୍ଯ୍ୟନ୍ତ ମନୋନୟନ, ଅନଲାଇନ୍ ରେ ଆବେଦନ ଦାଖଲ।
୩-ଘରୋଇ ଶିକ୍ଷାନୁଷ୍ଠାନକୁ ଚ୍ୟାଲେଞ୍ଜ୍ ଦେବେ ସରକାରୀ ଶିକ୍ଷାନୁଷ୍ଠାନ;IIM ଅହମ୍ମଦାବାଦରେ ତାଲିମ ନେଲେଣି ୧୦୦ ପ୍ରିନସିପାଲ୍
୪-ନୂଆ ଦିଲ୍ଲୀ:IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଜାତିସଂଘ ପୁରସ୍କାର ପ୍ରଦାନ।
୫-ଦିଲ୍ଲୀର ‘ଭାରତ ମଣ୍ଡପମ୍’ ଭଳି ଭୁବନେଶ୍ଵରରେ ହେବ ‘ଓଡ଼ିଶା ମଣ୍ଡପ’, ସରିଛି ଜାଗା ଚିହ୍ନଟ।
୬-ଭବାନୀପାଟଣା:୧୦ ଲକ୍ଷ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଧର୍ମଗଡ ଉପଜିଲ୍ଲାପାଳ, ଧିମାନ ଚକମା।
୭-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା।
୮-ପୁରୀ:ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ AI ଛାଉଣୀରେ ରହିବ ପୁରୀ, ୧୦ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା।
୯-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀ, ଦୁଇଟି ବାଘ ଶାବକ ଜନ୍ମ ଦେଇଛି।
୧୦-ଅନୁଗୋଳ:ଜଙ୍ଗଲକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ , ହାତୀ ଆକ୍ରମଣରେ ମହିଳା ମୃତ।
୧୧-ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି, କଟକରେ ୨୨ ଆକ୍ରାନ୍ତ ଚିହ୍ନଟ।
୧୨-ପୁରୀ:ଶ୍ରୀମନ୍ଦିରରେ ଗରମ ଡାଲି ପଡି ୫ ଭକ୍ତ ଆହତ, ପ୍ରବଳ ଭିଡ଼ ଯୋଗୁ ଅଘଟଣ।
୧୩-ଜୟଦେବ ଭବନରେ ଚାଲିଛି ‘ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ’, ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର କ୍ରାନ୍ତିଧାରା।
୧୪-ଭୁବନେଶ୍ବରରେ ହେବ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ; ସୂଚନା ଦେଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
୧୫-ଭୁବନେଶ୍ବର: ବଡ଼ଦାଣ୍ଡରେ ବିକ୍ରି ହୋଇପାରିବନି ମଦ ଓ ଆମିଷ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ।
୧୬-ରାଜଧାନୀ ଆସିଲେ ରହିବାକୁ ହେବେ ନାହିଁ ହଇରାଣ ; ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ୍ ହାଉସ୍:ରାଜସ୍ୱମନ୍ତ୍ରୀ ।
୧୭-ମେ’ ମାସରେ ଦେଶରେ ବଜ୍ରପାତରେ ୧୯୯ ମୃତ, ଓଡିଶାରୁ ୨୯।
୧୮-ଲକ୍ଷ୍ନୌ: ସାଂସଦ ପ୍ରିୟାଙ୍କ ସହ କ୍ରିକେଟ ତାରକା ରିଙ୍କୁ ସିଂ ନିର୍ବନ୍ଧ ସମ୍ପନ୍ନ।
୧୯-ନୂଆ ଦିଲ୍ଲୀ:ଡରାଇଲାଣି କରୋନା, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍, ୨୪ ଘଣ୍ଟାରେ ୬ ମୃତ।
୨୦-ଜର୍ମାନୀରେ ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର,ରୋମାଣ୍ଟିକ ଅନ୍ଦାଜରେ ଡ୍ୟାନ୍ସ କଲେ ପିନାକୀ ଓ ମହୁଆ, ଭାଇରାଲ୍ ହେଉଛି ଭିଡିଓ।
୨୧-ଅପରେସନ ସିନ୍ଦୂରକୁ ନେଇ ଆସିଲା ନୂଆ ତଥ୍ୟ, ଭାରତ ବ୍ୟବହାର କରିଥିଲା ୧୯ ବ୍ରହ୍ମୋସ ଓ କ୍ରିଷ୍ଟାଲ ମେଜ୍ କ୍ଷେପଣାସ୍ତ୍ର।
୨୨-ଫ୍ରେଞ୍ଚ ଓପନ ମହିଳା ଡବଲ୍ସ, ବାଜି ମାରିଲେ ଜସ୍ମିନ-ସାରା।