July 1, 2024

ଓଡିଶା ବିଜେପିର ଟାଣ ଭାଷଣର ଦମ୍ ୧୨ ତାରିଖ କୁ ବାକି ରହିଲା…

Share

 

ସମ୍ବଲପୁର( ରାଜା ରାମ ଷଡ଼ଙ୍ଗୀ)ବଡ ତୋଡ ମୁହଁ ଜବାବ୍ ଥିଲା।ଏହି ତୋଡ୍ କୁ ଗଣତନ୍ତ୍ରକୁ ବିଶ୍ୱାସ କରୁଥିବା ସବୁ ନେତା ଜନତା ମୁହଁ ଜବାବକୁ ସମ୍ମାନ ଦେଇଥିବା ବେଳେ ଓଡିଶାରେ ସଂଖ୍ୟାଗରିଷ୍ଟ ବିଜେପି ମଧ୍ୟ ନିଜ କଥା ରଖି ନପାରିବା ଓଡିଶା ରାଜନୈତିକ ପାଣିପାଗକୁ ବିଗାଡି ଦେଇଛି।
ଓଡିଶାରେ ୧୦ ତାରିଖ ନୁହେଁ ବରଂ ୧୨ ତାରିଖରେ ଓଡିଶା ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଶପଥ ନେବେ।ଏହି ୨ ଦିନ କାହିଁକି ବଢିଲା ତାହା ବଡ କଥା ନୁହେଁ,ବଡ କଥା ହେଉଛି ବିଜେପି ପରି ଏକ ଜାତୀୟ ଦଳ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ବସାଇବ ସେଥିରେ ଚିନ୍ତା କରି ଆଗରୁ ପ୍ରାର୍ଥୀ ଦେଇଥିଲାକି ନାହିଁ ? ସାଂସଦରୁ ବିଧାୟକ ହୋଇଥିବା ଓ ବହୁ ଭୋଟରେ ବିଜୟ ଲାଭ କରିଥିବା ସୁରେଶ ପୂଜାରୀଙ୍କୁ ଯଦି ବିଜେପି ବିଶ୍ୱାସକୁ ନେଉନାହିଁ ତେବେ ବିଜେପିର ସବୁ ଅଙ୍କ ଫେଲ ମାରିବ କାହିଁକି ଏଭଳି ଏକ ଆଭାଷ ସ୍ପଷ୍ଟ ସୂଚନା ମିଳୁଛି। ଅବଶ୍ୟ ଏହି ଲେଖକ ଅନେକ ସମୟରେ ଗୋଷ୍ଠୀ,ନିଜ ପ୍ରତିନିଧି ଭଳି ଥଇଥାନ ବିରୁଦ୍ଧରେ ଲେଖିସାରିଛି।ଏପରିକି ଯଦି ଗିରିଶ ମୁର୍ମୁ ତେବେ ପ୍ରମୋଦ ମିଶ୍ର କାହିଁକି ନୁହେଁ ବୋଲି ଖୋଲା ଚ୍ୟାଲେଞ୍ଚର ପ୍ରଶ୍ନ ଉଠାଇଛି।ବିଜେପି ବର୍ତ୍ତମାନ ନିଜ କୋଟରୀ ଭିତରୁ ମୁକ୍ତ ହେବା ଉଚିତ ହେବ।ଏକ ସଂଖ୍ୟାଗରିଷ୍ଠ ଦଳ ହୋଇ ଉଭା ହୋଇଥିବା ବେଳେ ଯଦି ବିଧାୟକ ମାନଙ୍କୁ ବାଦ୍ ଦେଇ ଆଉ କାହାକୁ ନିଜର ଆୟତ୍ତ ହିସାବରେ ବସାଇବାକୁ ଚାହିଁବେ ତେବେ ବିଜେପିକୁ ଏହା ବହୁତ ଭାରି ପଡିବ।ଏହାକୁ କେହି ଏଡାଇ ଦେବାବି ଠିକ ହେବନାହିଁ ।
ସେ ଯାହାବି ହେଉ ଓଡିଶାରେ ୨ ଚିତ୍ର ସ୍ପଷ୍ଟ ହେଉଛି ବିଜେପି କିମ୍ବା ବିଜେଡିର ନେତା ମାନଙ୍କ କଥାରେ କୌଣସି କଥାର ଗୁରୁତ୍ୱ ନାହିଁ ।ଓଡିଶାକୁ ବୋକା ଭାବେ ଯଦି ବିଜେପି ନିଷ୍ପତ୍ତି ନିଏ ତେବେ ଆଗାମୀ ଦିନରେ ଦଳ ଓ ନେତା ପାଇଁ ବହୁତ ବଡ ମହଙ୍ଗା ସାବ୍ୟସ୍ତ ହେବା ଆଶଙ୍କା ଉପୁଜିବା ଅନୁମାନ କରାଯାଉଛି।୧୦ ତାରିଖରେ ଓଡିଶାରେ ବିଜେପି ସରକାର କରିବ ବୋଲି ନରେନ୍ଦ୍ର ମୋଦି,ଅମିତ ଶାହା ଠାରୁ ଆରମ୍ଭ କରି ଯେଉଁ ସବୁ ନେତା ବଡ ପାଟିରେ କହିଥିଲେ ତାହା ପୂରଣ ନହେବା କାରଣ କ’ଣ? ଏକ ସଂଖ୍ୟାଗରିଷ୍ଠ ଦଳ ଶାସନ କ୍ଷମତାକୁ ଆସିବା ପରେବି କଣ ପରଦା ପଛର ନାୟକ ତିଆରି କରିବାରେ ବିଜେପି ହାଇକମାଣ୍ଡ ଲାଗିପଡିଛନ୍ତି କି ? ସେଥିପାଇଁ ନିଜ କଥା ଗିଳି ଏବେ ଅନ୍ୟକୁ ଆଶ୍ରୟ କରୁଛନ୍ତି ।ସ୍ୱାଭିମାନୀ ଓଡିଶାକୁ ଆରମ୍ଭରୁ ଶକ୍ତ ଧକ୍କା ଦେବା ଭଳି ୧୦ ରୁ ୧୨ ତାରିଖକୁ ଶପଥ ଉତ୍ସବ ଚିନ୍ତା କରାଯାଉଥିବାରୁ ଏହା କାହା ସ୍ୱାର୍ଥରେ ଓ କାହିଁକି ବୋଲି ପ୍ରଶ୍ନ ଉଠିଲାଣି।ଏପରିକି ବିଜେପି ରାଜ୍ୟ ସଭାପତି ଓ ନବ ନିର୍ବାଚିକ ବିଧାୟକ ସମୂହ କେମିତି ଚୁପ୍ ପଡିଛନ୍ତି ତାହାହିଁ ବର୍ତ୍ତମାନ ପାଇଁ ତର୍ଜମାର ବିଷୟ ହୋଇଛି।

You may have missed