July 1, 2024

ବିଚିତ୍ର ନିଷ୍ପତି, ଉମରକୋଟର ୬ ଟା ଗ୍ରାମ ପଞ୍ଚାୟତ ବ୍ଲକ ଉମରକୋଟ ଥାନା ଡ।ବୁଗାଁ, ଲୋକେ ହନ୍ତ ସନ୍ତ ……….

Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଓଡ଼ିଶା ର ଲୋକଙ୍କ ର ସୁବିଧା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶା ର ୧୩ ଜିଲ୍ଲାକୁ ୩୦ ଟି ଜିଲ୍ଲା କରି ଥିଲେ। ମୁଖ୍ୟ ଉଦ୍ଦେଶ୍ୟ ଥିଲ। ସରକାର ଙ୍କ ଶାସନ ବ୍ୟବସ୍ଥା ଲୋକଙ୍କ ନିକଟକୁ ପହଞ୍ଚାଇବା। କିନ୍ତୁ ଏହି ବ୍ୟବସ୍ଥାରେ ମଧ୍ୟ ଆଜି ବି ଏତେ ତୃଟି ରହି ଯାଇଛି ଯାହାର ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ୬ ଟି ଗ୍ରାମ ପଞ୍ଚାୟତର ଲୋକକୁ ଆଜି ଦୂର୍ଦ୍ଧଶ। ଭୋଗିବା ସହ ହନ୍ତ ସନ୍ତ ମଧ୍ୟ ହେଉଛନ୍ତି। ଉମରକୋଟ ବ୍ଲକ ର
କ।ର।ଗାଁ, ମୁଣ୍ଡିଗୁଡ଼।, ସୀଙ୍ଗସାରି, ତରେଙ୍ଗ।, ର।ଜପୁର ଓ ଭଣ୍ଡାରିଗୁଡ଼ା ର ଅଧା ଗାଁ ଉମରକୋଟ ବ୍ଲକ୍ ରେ ଥିବା ବେଳେ ଥାନା କିନ୍ତୁ ଡ।ବୁଗାଁ ଅଧୀନରେ ଆସୂଛି। ଆରଂଭ ରୁ ଏହି ଗ୍ରାମ ପଞ୍ଚାୟତ ଗୁଡ଼ିକ ଉମରକୋଟ ବ୍ଲକ୍ ଅଧୀନ ରେ ରହି ଆସିଥିବା ବେଳେ ତହସିଲ ଓ ଥାନା ଡ।ବୁଗାଁ ଅଧୀନରେ ଥିଲା। କିନ୍ତୁ ୨୦୧୬ ମସିହାରେ ଏହି ୬ ଟା ଗ୍ରାମ ପଞ୍ଚାୟତ କୁ ଡ।ବୁଗା ତହସିଲ ରୁ ବାହାର କରି ଉମରକୋଟ ତହସିଲ କୁ ସ୍ଥାନାନ୍ତର କରି ଥିଲେ ରାଜ୍ୟ ସରକାର। ତେବେ ଏହି ୬ ଟା ଗ୍ରାମ ପଞ୍ଚାୟତ କିନ୍ତୁ ଉମରକୋଟ ଥାନା କୁ ଆସି ପାରିଲା ନାହିଁ। ଦୀର୍ଘ ଦିନ ଧରି ଲୋକେ ଉମରକୋଟ ଥାନା କୁ ସ୍ଥାନାନ୍ତର ପାଈଁ ଦାବୀ କରି ଆସୁଥିଲେ ହେଁ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜି କି ରହିଯିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସବୁ ଠାରୁ ଆହୁରି ଆଶ୍ଚର୍ଯ୍ୟ ଘଟଣା ହେଲା ଭଣ୍ଡାରି ଗୁଡ଼ା ଗ୍ରାମ ପଞ୍ଚାୟତର ଗଟିଗୁଡ଼ା, ଭାମଦେଇ ଭଟ।, ଛୋଟା ଗୁଡ଼ା ଗାଁ ଡ।ବୁ ଗାଁ ଥାନା ଅଧୀନରେ ଆସୁଥିବା ବେଳେ ଭଣ୍ଡରିଗୁଡ। ଓ ଅନ୍ୟ ଗାଁ ଗୁଡ଼ିକ ଉମରକୋଟ ଥାନାରେ ଆସୁଛି।
କ।ର।ଗାଁ ଗ୍ରାମ ପଞ୍ଚାୟତ ରେ ୬୭୦୦, ମୁଣ୍ଡିଗୁଡ଼ା ରେ ୨୪୦୦, ସୀଙ୍ଗାସ।ରି ରେ ୭୦୦୦ , ତରେଙ୍ଗ। ରେ ୩୦୦୦ , ରାଜପୁର ରେ ୪୦୦୦ ଓ ଭଣ୍ଡ।ରି ଗୁଡ଼ା ଗ୍ରାମ ପଞ୍ଚାୟତର ଅଧା ପ୍ରାୟ ୧୫୦୦ ଲୋକେ ବସ ବାସ କରନ୍ତି। ପ୍ରାୟ ୨୪ ହଜାର ଲୋକେ ବ୍ଲକ୍ ଉମରକୋଟ ହେଇ ଥିବା ବେଳେ ଥାନା କିନ୍ତୁ ଡ।ବୁଗା। ଉମରକୋଟ ବ୍ଲକ୍ ର ମୋଟ ୨୬ ଟି ଗ୍ରାମ ପଞ୍ଚାୟତ ରୁ ୨୦ ଟି ଗ୍ରାମ ପଞ୍ଚାୟତ ଉମରକୋଟ ଥାନା ଅଧୀନରେ ଥିବା ବେଳେ ୬ ଟି ଗ୍ରାମ ପଞ୍ଚାୟତ ଡ।ବୁଗା ଥାନା ଅଧୀନରେ ରହିଛି। ଲୋକଙ୍କ ଅଭିଯୋଗ ହେଲା ଏହି ୬ ଟି ଗ୍ରାମ ପଞ୍ଚାୟତର ଲୋକେ ଉମରକୋଟ ବଜାର ଉପରେ ନିର୍ଭର କରିବା ସହ ବ୍ଳକ୍ ଓ ତହସିଲ କାର୍ଯ୍ୟ ପାଈଁ ମଧ୍ୟ ଉମରକୋଟ କୁ ହିଁ ଆସିଥାନ୍ତି। ଏହି ଗ୍ରାମ ପଞ୍ଚାୟତ ର ଲୋକଙ୍କୁ ଡ।ବୁଗା ଗଲେ ୩୫ ରୁ ୫୩ କିଲୋମିଟର ରାସ୍ତା ପଡୁଥିବା ବେଳେ ଉମରକୋଟକୁ ଯିବା କୁ ହେଲେ ମାତ୍ର ୩୫ କିଲୋମିଟର ରାସ୍ତା ପଡ଼ିଥାଏ। ଏହି ଅଂଚଳ ରୁ ଲୋକ ଙ୍କୁ ଉମରକୋଟ ଆସିବା ପାଈଁ ସିଧା ବସ ସୁବିଧା ଥିବା ବେଳେ ଡ଼। ବୁଗା ଯିବା ପାଈଁ କୌଣସି ସିଧା ବସ ସୁବିଧା ନାହି। ଲୋକ ଙ୍କୁ ଧଡ୍ର। ଆସି ସେଠାରୁ ଅନ୍ୟ ବସ ରେ ଡ।ବୁଗା ଯିବାକୁ ପଡି ଥାଏ। ତରେଙ୍ଗ। ରୁ ଡ଼। ବୁଗା ୫୩ କିଲୋମିଟର ରାସ୍ତା ହେଉ ଥିବା ବେଳେ କ।ର।ଗାଁ ରୁ ୩୫ କିଲୋମିଟର, ସିଂସାରି ୪୦ କିଲୋମିଟର ଓ ରାଜପୁର ରୁ ୪୫ କିଲୋମିଟର ରାସ୍ତା ପଡି ଥାଏ। କିନ୍ତୁ ଉମରକୋଟ ଯିବାକୁ ହେଲେ ୧୫ ରୁ ୩୦ କିଲୋମିଟର ରାସ୍ତା ପଡିଥାଏ। ଆହୁରି ସବୁ ଠାରୁ ବଡ଼ ପୀଡ଼ା ଦାୟକ ହେଲା ଅଂଚଳ ରେ କୌଣସି ଧର୍ଷଣ ଘଟଣା ଘଟିଲେ ଡାବୁଗାଁ ଥାନା କୁ ଯିବ। ପରେ ଥାନା ବ।ଲ। ମାନେ ପରୀକ୍ଷା ପାଇଁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଅନ୍ତି। ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଈଁ ତୁରନ୍ତ ଏହି ୬ ଟି ଗ୍ରାମ ପଞ୍ଚାୟତ କୁ ଉମରକୋଟ ଥାନା ଅଧୀନରେ ତୁରନ୍ତ ଆଣିବା ପାଇଁ ଉମରକୋଟ ବ୍ଲକ ବିଜେଡି ସଭାପତି ଅଜିତ କୁମାର ପ୍ରଧାନ ଓ ସମିତି ସଭ୍ୟ ବିକ୍ରମ ସିଂ ରାଜ୍ୟ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି।

You may have missed