July 1, 2024
Share

➡️୧-ହାଇଆଲର୍ଟ ଦିଲ୍ଲୀ, ପ୍ରାୟ ୬ ଦଶନ୍ଧି ପରେ ଆଜି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ଉତ୍ସବରେ ୮ ହଜାରରୁ ଅଧିକ ଲୋକ ରହିବେ ଉପସ୍ଥିତ ।

➡️୨-ତିନି ଦିନ ପରେ ପୁଣି ଝଟକିଲା ଶ୍ରୀମନ୍ଦିର l ବଡ଼ଦେଉଳରେ ପୁଣି ଲାଗିଲା ଲାଇଟ୍ । ଭକ୍ତ ଓ ସେବାୟତଙ୍କ ଭିତରେ ତୀବ୍ର ଅସନ୍ତୋଷ ପରେ ପୁଣି ଥରେ ଆଲୋକୀକରଣ ହେଲା ବ୍ୟବସ୍ଥା ।

➡️୩-NEET-UG ଗ୍ରେସ୍‌ ମାର୍କର ଯାଞ୍ଚ୍‌ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି, ୧୫୦୦ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ହେବ ସମୀକ୍ଷା l

➡️୪-ସରକାର ବଦଳିବା ପରେ ଆରମ୍ଭ ହେଲା ଖୋଳତାଡ: ଅବସର ପରେ ପୁନଃ-ନିଯୁକ୍ତି ପାଇଥିବା ଅଧିକାରୀଙ୍କ ତାଲିକା ମାଗିଲା ଗୃହବିଭାଗ l

➡️୫-ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ମୌସୁମୀ ବାୟୁ, ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରିୟ l ଗତ ୨୪ ଘଣ୍ଟା ମଧ୍ୟ‌ରେ ସର୍ବାଧିକ ୫୫.୫ମିମି ବର୍ଷା ହେଲା ରେକର୍ଡ l ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବାନେଇ ମିଳିଲା ସୂଚନା ।

➡️୬-ରାଜ୍ୟରେ ଖୋଲିବ ଆଉ ୩ ଭେଷଜ ମହାବିଦ୍ୟାଳୟ l ଚଳିତ ବର୍ଷ ଶେଷ ସୁଦ୍ଧା ଯାଜପୁରରେ ଏକ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ଥିବାବେଳେ ଆସନ୍ତା ବର୍ଷ ଫୁଲବାଣୀ ଏବଂ ଅନୁଗୋଳରେ ଖୋଲିବ ବୋଲି ମିଳିଲା ସୂଚନା l

➡️୭-ଆସନ୍ତାକାଲି ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ ,ଶପଥ ଗ୍ରହଣ ଉତ୍ସବ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କିଏ ହେବେ ମୁଖ୍ୟମନ୍ତ୍ରୀ,ଏବେବି ଜାରି ରହିଛି ସସପେନ୍ସ l

➡️୮-ରାଜଧାନୀରେ ଜୁନ୍ ୨୦ ତାରିଖ ସୁଦ୍ଧା ସରିବ ଡ୍ରେନ କାମ । ମୌସୁମୀ ଓଡ଼ିଶା ଛୁଇଁବା ପରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ବିଏମ୍‌ସି କମିଶନର ।

➡️୯-ସାରା ଭାରତରେ ଗଣମାଧ୍ୟମ ଓ ସିନେମା ଦୁନିଆରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରାମୋଜୀ ରାଓଙ୍କ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ହେଲା ଦେହାନ୍ତ l

➡️୧୦-କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଲା ବୈଠକ । ନିର୍ବାଚନୀ ଫଳାଫଳକୁ ନେଇ କଲେ ତର୍ଜମା ଏବଂ ଆଗାମୀ ରଣନୀତି ନେଇ କଲେ ଆଲୋଚନା l

➡️୧୧-ଲୋକସଭାରେ ସଂସଦୀୟ ନେତା ଭାବେ ନିର୍ବାଚିତ ହେଲେ ସୋନିଆ ଗାନ୍ଧୀ l ସେହିପରି ରାହୁଲ ଗାନ୍ଧି ହେବେ ବିରୋଧୀଦଳ ନେତା, ଏନେଇ କଂଗ୍ରେସ କାର୍ଯ୍ୟକାରିଣୀରେ ବୈଠକରେ ସର୍ବସମ୍ମତି ଭାବେ ପ୍ରସ୍ତାବ ହେଲା ପାରିତ l

➡️୧୨-ଆସନ୍ତା ୧୨ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ। ଜୁନ୍ ୧୨ ସକାଳ ୯ଟା ୨୭ରେ କ୍ରିଷ୍ଣା ଜିଲ୍ଲା କେଶରପଲ୍ଲୀ ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ।

➡️୧୩-ଓଡ଼ିଶାର ବାରବାଟୀ-କଟକ ଆସନରୁ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଓଡ଼ିଶାର ପ୍ରଥମ ମୁସ୍‌ଲିମ୍‌ ମହିଳା ବିଧାୟିକା ହେବାର କଲେ ଗୌରବ ଅର୍ଜନ l ସୋଫିଆ ପ୍ରଥମ ମୁସଲିମ୍‌ ମହିଳା ବିଧାୟକ ଭାବରେ ବିଜୟୀ ହୋଇଛନ୍ତି ।

➡️୧୪-ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଭୁବନେଶ୍ୱରରୁ ୫ ଥର ସାଂସଦ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ରୁ ୨୦୧୯ ଯାଏ ସେ ଥିଲେ ସାଂସଦ l

➡️୧୫-କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଥାନ ସରକାର । କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା।

➡️୧୬-୧୦୦ ବର୍ଷ ବୟସରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ହିରୋ ହରୋଲ୍ଡ ଟେରେନ୍ସଙ୍କ ବିବାହକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଆମେରିକାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହୋଇଥିବା ହରୋଲ୍ଡ ସେ ତାଙ୍କର ୯୬ ବର୍ଷିୟା ଗର୍ଲଫ୍ରେଣ୍ଡ ଜୀନ ସ୍ୱଲିନଙ୍କୁ କଲେ ବିବାହ ।

➡️୧୭-ଡେନମାର୍କର ପ୍ରଧାନମନ୍ତ୍ରୀ ମେଟି ଫେଡ୍ରିକସନଙ୍କୁ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

➡️୧୮-ଟ୍ବେଣ୍ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଆଜି ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।

➡️୧୯-ନ୍ୟୁୟର୍କଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ଗତକାଲି ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସ୍ କୁ ୪ଟି ଓ୍ବିକେଟ ରେ କଲା ପରାସ୍ତ l

➡️୨୦-ଫ୍ରେଞ୍ଚ ଓପନରେ ପୋଲାଣ୍ଡର ଇଗା ସ୍ଵିୟାତେକଙ୍କ ରାଜ। ହ୍ୟାଟ୍ରିକ ଅର୍ଜନ କରିବା ସହିତ ସେ ଚତୁର୍ଥ ଥର ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଲେ ।

➡️୨୧-ଟି-୨୦ ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡର ଶୋଚନୀୟ ପରାଜୟ, ଇତିହାସ ରଚିଲା ଆଫଗାନିସ୍ତାନ l ନ୍ୟୁଜିଲାଣ୍ଡକୁ ୮୪ ରନରେ ହରାଇ କ୍ରମାଗତ ଦୁଇଟି ବିଜୟ ସହ ଆଫଗାନିସ୍ତାନ ସି ଗ୍ରୁପରେ ଶୀର୍ଷରେ ରହିଲା l

*🔅ଆଜି ରମ୍ଭା ତୃତୀୟା ll*
*🔅ଆଜି ଶ୍ରୀ ବିର୍ସାମୁଣ୍ଡା ସହୀଦ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ରେକର୍ଡ ଦିବସ ll*
*🔅ଆଜି ବିଶ୍ୱ ମାନ୍ୟତା ଦିବସ ll*
*🔅ଆଜି ଶ୍ରୀମତୀ ନନ୍ଦିନୀ ଶତପଥୀ ଜୟନ୍ତୀ ll*
*🔅ଆଜି ଡ. କିରଣ ଦେବୀଙ୍କ ଜନ୍ମ ଦିବସ ll*
*🔅ଆଜି ଅତ୍ୟାଚାରିତ ମହିଳା ଏବଂ ଶିଶୁ ସଚେତନତା ଦିବସ ll*
*🔅ଆଜି ଆମେରିକୀୟ ଶିଶୁ ସଚେତନତା ଦିବସ ll*
*🔅ଆଜି ଲେଖକଙ୍କ ଅଧିକାର ଦିବସ ll*

You may have missed