July 3, 2024

ବିରୁଳି ଗଡ଼ ରାଜମାତାଙ୍କ ବିୟୋଗ…

Share

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିରୁଳି ଗଡ଼ ର ରାଜମାତା ଶ୍ରୀମତୀ ପ୍ରେମ ମଞ୍ଜରୀ ସିଂହଦେଓ ଙ୍କ ବିରୁଳି ରାଜବାଟିରେ
ଶନିବାର ଦିନ ଭୋରୁ ଦେହନ୍ତ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା l ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସେ ଜଣେ ପରୋଉପକାରୀ, ଧର୍ମ ପରାୟଣ ମହିଳା ଥିଲେ l ବିରୁଳି ରାଜ ସ୍ମଶାନ ରେ ତାଙ୍କର ଶବ ସତ୍କାର ହୋଇଥିଲା l ତାଙ୍କର ମୃତ୍ୟୁ ସମୟରେ ତାଙ୍କର ସମସ୍ତ ପୁତ୍ର ସାନ ରାମଚନ୍ଦ୍ରପୁର ପୂର୍ଵ ତନ ସମିତିସଭ୍ୟ ବିଷ୍ଣୁ ସିଂହଦେଓ ସମେତ ଅନ୍ୟ ତିନିପୁତ୍ର , ଆତ୍ମିୟ ସ୍ୱଜ୍ଜନ, ପ୍ରିୟ ପରିଜନ ଉପସ୍ଥିତ ରହିଥିଲେ l ଗଞ୍ଜାମ ବ୍ଲକ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ କୃତ୍ୟ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଥିଲେ l: (ପ୍ରଦୀପ କୁମାର ପଣ୍ଡା)