March 12, 2026

+୨ କଳା ପରୀକ୍ଷାରେ ଛାତ୍ରୀ ଶୁଭପ୍ରିୟା ବିଷୋୟୀ ବୁଗୁଡ଼ା ବ୍ଲକ ଟପର୍

e9f368a7-246b-49bb-be07-a475834387e5
Share


ବୁଗୁଡ଼ା : ତା ୦୯/୦୬/୨୩ : ଚଳିତ ବର୍ଷର +୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭପ୍ରିୟା ବିଷୋୟୀ ସର୍ବାଧିକ ୫୦୫ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପର୍ ରୂପେ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଅବସ୍ଥିତ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳାରେ ପରୀକ୍ଷାଦେଇଥିବା ମୋଟ ୧୦୪୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୭୪ ଜଣ ପାସ୍‌ ଏବଂ ୧୭୪ ଜଣ ଫେଲ୍ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୦ , ଦ୍ବିତୀୟ ଶ୍ରେଣୀରେ ୧୬୧ ଓ ତୃତୀୟ ଶ୍ରେଣୀରେ ୫୩୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୬ ,ଦ୍ବିତୀୟ ଶ୍ରେଣୀରେ ୫୮ ଓ ତୃତୀୟ ଶ୍ରେଣୀରେ ୧୪୩ ଜଣ ପାସ୍ କରିଥିବା ବେଳେ ୩୩ ଜଣ ଫେଲ୍‌ ହୋଇଛନ୍ତି । ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୯ , ଦ୍ବିତୀୟ ଶ୍ରେଣୀରେ ୨୨ ଓ ତୃତୀୟ ଶ୍ରେଣୀରେ ୬୯ ଜଣ ପାସ୍‌ କରିଥିବା ବେଳେ ୫୩ ଜଣ ଫେଲ୍ ହୋଇଛନ୍ତି । ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୨ , ଦ୍ବିତୀୟ ଶ୍ରେଣୀରେ ୩୮ ଓ ତୃତୀୟ ଶ୍ରେଣୀରେ ୧୬୯ ଜଣ ପାସ୍ ବେଳେ ୫୦ ଜଣ ଫେଲ୍‌ ହୋଇଛନ୍ତି ।ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮ , ଦ୍ବିତୀୟ ଶ୍ରେଣୀରେ ୧୮ ଓ ତୃତୀୟ ଶ୍ରେଣୀରେ ୭୫ ଜଣ ପାସ୍ କରିଥିବା ବେଳେ ୨୧ ଜଣ ଫେଲ୍ ଏବଂ ୩ ଜଣ ଏମପି ହୋଇଛନ୍ତି । ବାଲୁଙ୍କେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩ , ଦ୍ବିତୀୟ ଶ୍ରେଣୀରେ ୧୨ ତାରିଖ ଓ ତୃତୀୟ ଶ୍ରେଣୀରେ ୬୨ ଜଣ ପାସ୍‌ କରିଥିବା ବେଳେ ୧୩ ଜଣ ଫେଲ୍ କରିଛନ୍ତି । ଅହଲ୍ୟାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ , ଦ୍ବିତୀୟ ଶ୍ରେଣୀରେ ୧୩ ଓ ତୃତୀୟ ଶ୍ରେଣୀରେ ୧୫ ପାସ୍ କରିଥିବା ବେଳେ ପାସ୍‌ ବେଳେ ଜଣେ ମାତ୍ର ଛାତ୍ରୀ ଫେଲ୍ କରିଛନ୍ତି । ତେବେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ବୁଗୁଡ଼ା ବ୍ଲକର ପାସ୍‌ ହାର ୮୩.୩୯ % ରହିଥିବା ଜଣାଯାଇଛି ।ଅନ୍ଯପକ୍ଷରେ ବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୂଜା ନାୟକ ୫୦୨ ନମ୍ବର ରଖି ବ୍ଲକରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅହଲ୍ୟାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୂଜା ମଲ୍ଲିକ ୪୯୯ ନମ୍ବର ରଖି ତୃତୀୟ ସ୍ଥାନରେ ରହିଥିବା ଜଣାଯାଇଛି।